ନିଲମ୍ବିତ ହେଲେ ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା

ଭୁବନେଶ୍ୱର: ଚାକିରିରୁ ନିଲମ୍ବିତ ହୋଇଛନ୍ତି ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ସ୍ନିଗ୍ଧାରାଣୀଙ୍କ ଗାଡ଼ି ଦୁର୍ଘଟଣାକୁ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିଜିପି । ଏନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡ଼ି ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ସ୍ନିଗ୍ଧାରାଣୀ ଫେରାର ହୋଇଯାଇଥିଲେ । ହେଲେ ଘଟଣାରେ ତାଙ୍କ ଡ୍ରାଇଭରକୁ ପୁଲିସ ଗିରଫ କରିଥିଲା । ପରେ ଏନେଇ ଦୁର୍ଘଟଣାସ୍ଥଳରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଘଟଣାର ତଦନ୍ତ କରାଯାଇ ବର୍ତ୍ତମାନ ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ହେଉଛନ୍ତି ସୁନ୍ଦରଗଡ଼ ଥାନା ଅଧିକାରୀ ।

Comments are closed.