ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମା ପାଇଁ ଭାରତ ସରକାର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀ ନାମ ପ୍ରସ୍ତାବ ଦେଇଥିଲା ବୋଲି ଫ୍ରାନନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହୋଲାଣ୍ଡେ କହିଛନ୍ତି। ରାଫେଲ ରାଜିନାମାକୁ ନେଇ ଭାରତରେ ବିରୋଧୀ ଏବଂ ଶାସକଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଲାଗି ରହିଥିବାବେଳେ ଫ୍ରାନ୍ସ ପୂର୍ବତନ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଏଥିରେ ନୂଆ ମୋଡ଼ ଆଣିଛି। ଫ୍ରାନ୍ସ ୱେବ୍ ଗଣମାଧ୍ୟମ ମିଡିଆପାର୍ଟରେ ଏହା ପ୍ରକାଶ ପାଇଛି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହୋଲାଣ୍ଡେ କହିଛନ୍ତି ଯେ ଭାରତ ସରକାର ରାଫେଲ ରାଜିନାମା ପାଇଁ ଅନୀଲ ଅମ୍ବାନୀଙ୍କ କମ୍ପାନୀର ପ୍ରସ୍ତାବ ଦେଇଥିଲା। ଭାରତ ସରକାରଙ୍କ ପ୍ରସ୍ତାବିତ କମ୍ପାନୀ ସହ ଡାସଲ୍ଟ ଆଲୋଚନା କରିଥିଲା। ତେଣୁ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା।
ହୋଲାଣ୍ଡେଙ୍କ ଏହି ମନ୍ତବ୍ୟ ପରେ ଡାସଲ୍ଟ ଏବଂ ରିଲାଏନ୍ସ ଡିଫେନ୍ସ ରାଜିନାମାରେ ଭାରତ ସରାକରଙ୍କ କୌଣସି ଭୂମିକା ନାହିଁ ବୋଲି ଏନ୍ଡିଏ ସରକାରଙ୍କ ଦାବି ମିଥ୍ୟାରେ ପରିଣତ ହୋଇଛି।
ଉଲ୍ଲେଖ ଯେ ରାଫେଲ ଯୁଦ୍ଧବିମାନ ରାଜିନାମାରେ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରି ଆସୁଛି। ପ୍ରମୁଖ ବ୍ୟବସାୟୀ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ଏବଂ ରାଫେଲ ନିର୍ମାତା ଡାସଲ୍ଟ ଆଭିଏସନ୍ ମଧ୍ୟରେ ଅଫସେଟ୍ ଚୁକ୍ତିକୁ ନେଇ କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ବିମାନ ନିର୍ମାଣ କ୍ଷେତ୍ରରେ ଅନଭିଜ୍ଞ ରିଲାଏନ୍ସ ହାତରେ କିପରି ରାଫେଲ କାରବାର ଟେକି ଦିଆଗଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଶ୍ନ କରୁଛନ୍ତି। ଏପରିକି ୨୦୧୮ ଜୁଲାଇ ୨୦ରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ।
ରାଫେଲ ରାଜିନାମା ପାଇଁ ଭାରତ ସରକାର ରିଲାଏନ୍ସ କମ୍ପାନୀ ନାମ ପ୍ରସ୍ତାବ ଦେଇଥିଲେ : ଫ୍ରାନ୍ସ ପୂର୍ବତନ ରାଷ୍ଟ୍ରପତି
Popular Categories



