www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନକୁ ଭାରତୀୟ କୂଟନୀତିଜ୍ଞଙ୍କ ବାର୍ତ୍ତା- ହାଫିଜ ସୟିଦ ଓ ଅନ୍ୟ ଆତଙ୍କୀଙ୍କୁ ହସ୍ତାନ୍ତର କର

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜେ.ପି. ସିଂହ ଆଦଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଅନ୍ତର୍ଜାତୀୟ ସ୍ତରରେ ମେଣ୍ଟ କରିବାକୁ ଦାବି କରିଛନ୍ତି। ଏହା ସହିତ ପାକିସ୍ତାନ ପାଳୁଥିବା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସୟିଦ, ସାଜିଦ ମିର ଏବଂ ଜାକିର ରହମନ ଲାଖଭୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଭାରତରେ ଘଟିଥିବା ୨୬/୧୧ ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ ଯେପରି ଆମେରିକା ପ୍ରତ୍ୟର୍ପଣ କଲା, ପାକିସ୍ତାନ ସେପରି କରୁ ବୋଲି ସେ କହିଛନ୍ତି। ଅପରେସନ ‘ସିନ୍ଦୂର’ର ଉଦାହରଣ ଦେଇ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଥିବା ଏହି ଅପରେସନ ଏବେ ସୁଦ୍ଧା ସରିନାହିଁ ବୋଲି ପାକିସ୍ତାନକୁ ସେ ଚେତାଇ ଦେଇଛନ୍ତି।

ସିଂହ ଆହୁରି କହିଛନ୍ତି, ଯେତେବେଳେ ଅମେରିକା ଏଭଳି ଦୋଷୀମାନଙ୍କୁ ପ୍ରତ୍ୟର୍ପଣ କରିପାରୁଛି, ତେବେ ପାକିସ୍ତାନ କାହିଁକି କରିପାରିବ ନାହିଁ। ସେମାନଙ୍କୁ ପାକ୍‌ ହସ୍ତାନ୍ତର କରିବା ଦରକାର, ଯାହାଫଳରେ ସବୁକିଛିର ଅନ୍ତ ହୋଇପାରିବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories