www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଇନ୍ଦ୍ରାବତୀ ଉଦ୍‌ଗମ ସ୍ଥଳ ମର୍ଦ୍ଦିଗୁଡା

କଲମପୁର: ପ୍ରକୃତିର ଅନନ୍ୟ ଅବଦାନ କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଥୁଆମୁଳ ରାମପୁର। ଏହି ବଣ ପାହାଡରୁ ସୃଷ୍ଟି ହେଇଛି ବହୁ ନଦୀ ଓ ଝରଣା। ଏହି ସମସ୍ତ ଝରଣାର ସମଷ୍ଟିରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପରିକଳ୍ପନା। ଯାହା ଆଜି ଓଡିଶା ଅନ୍ୟ ଏକ ଆୟପନ୍ଥା ପାଲଟିଛି। ଏହି ଇନ୍ଦ୍ରାବତୀର ଉଦ୍‌ଗମ ସ୍ଥଳ ମର୍ଦ୍ଦିଗୁଡା ଆଗାମୀ ଦିନରେ କିଭଳି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ସେନେଇ ସରକାରୀ ସ୍ତରରେ ଚାଲିଛି ଉଦ୍ୟମ। ନିଶ୍ଛିତ ଭାବରେ କଳାହାଣ୍ଡି ବାସୀଙ୍କ ଏହି ସ୍ୱପ୍ନ ସାକାର ହେବ ବୋଲି ଥୁଆମୁଳ ରାମପୁର ଗସ୍ଥ ଅବସରରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି।

ମନ୍ତ୍ରୀଙ୍କ ଏହି ଗସ୍ଥ ଅବସରରେ ମା’ ମାଣିକେଶ୍ୱରୀ ମନ୍ଦିର ଦର୍ଶନ କରିବା ସହ ନୂତନ ମନ୍ଦିର ନିର୍ମାଣ କମିଟି ଦ୍ୱାରା ଆୟୋଜିତ ଏକ ଆଲୋଚନାରେ ଅଂଶଗ୍ରହଣ କରି ମନ୍ଦିର ନିର୍ମାଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅଂଚଳବାସୀ ମନ୍ଦିର ପରିଚାଳନା ଦାୟିତ୍ବ ଦେବୋତ୍ତର ବିଭାଗ ଅଧୀନରେ ରହିଥିବାରୁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ନିର୍ମାଣ ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ। ଅନ୍ୟପଟେ ନୂତନ ମନ୍ଦିର ନିର୍ମାଣ ସହ ଯାନ ବାହନ ପାଇଁ ଏକ ପାର୍କିଂ ସ୍ଥଳର ଆବଶ୍ୟକତା ଥିବା ଦର୍ଶାଇଥିଲେ। ଏହାପରେ ମନ୍ତ୍ରୀ ଇନ୍ଦ୍ରାବତୀ ନଦୀର ଉତ୍ପତିସ୍ଥଳ ମର୍ଦ୍ଦିଗୁଡା ପରିଦର୍ଶନରେ ଯାଇଥିଲେ। ବନ୍ଦାମାଲି ପାହାଡ ପାଦ ଦେଶରେ ଥିବା ଏକ ଆମ୍ବଗଛ ମୂଳରୁ ସୃଷ୍ଟି ଏହି ନଦୀ ତ୍ରିଧାରାରେ ଖରା ବର୍ଷା ଶୀତ ଅନବରତ ବହି ଚାଲିଥିବାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କିଭଳି ସ୍ଥାନ ପାଇବ ସେନେଇ ବ୍ୟବସ୍ଥା ସ୍ୱରୁପ ଏହି ମର୍ଦ୍ଦିଗୁଡାର ପାରିପାର୍ଶିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ତୁରନ୍ତ ଏଥିନେଇ ଏକ ରୋଡମ୍ୟାପ କରାଯିବ ବୋଲି ମନ୍ତ୍ରୀ କ୍ୟାପଟେନ ମିଶ୍ର ପ୍ରତିଶୃତି ଦେଇଥିଲେ। ମନ୍ତ୍ରୀଙ୍କ ଏହି ଗସ୍ଥ ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories