www.samajalive.in
Saturday, December 6, 2025
15.1 C
Bhubaneswar

ଇନ୍ଦ୍ରାବତୀ ମୁଖ୍ୟଯନ୍ତ୍ରୀ ଅଫିସ ଉଠିବା ବିଜେଡିର ଦୋମୁହାଁନୀତି : ବିଜେପି

ନବରଙ୍ଗପୁର : ଇନ୍ଦ୍ରାବତୀସ୍ଥିତ ମୁଖ୍ୟଯନ୍ତ୍ରୀ ଓ ବେସିନ ପରିଚାଳକଙ୍କର କାର୍ଯ୍ୟାଳୟକୁ ଜୟପୁର ଉଠାଇନେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ଏହାକୁ ନେଇ ଶାସକ ବିଜୁ ଜତାଦଳ (ବିଜେଡି) ଦୋମୁହାଁନୀତି ଆପଣାଇଥିବା ଭାରତୀୟ ଜନତାପାର୍ଟି (ବିଜେପି) ଗୁରୁତର ଅଭିଯୋଗ କରିଛି। ଜିଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲା ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ କହିଥିଲେ ଯେ, ଏସିଆ ମହାଦେଶର ସର୍ବବୃହତ୍ତ ଏହି ଜଳଭଣ୍ଡାର ପ୍ରକଳ୍ପ ଦ୍ବାରା ନବରଙ୍ଗପୁର ଜିଲାବାସୀଙ୍କର ଆଶା ଆଙ୍କାକ୍ଷାକୁ ଧୂଳିସାତ କରାଯାଇଥିବାବେଲେ ଏହା ରାଜନୈତିକ ପଶାପାଲିରେ କେବଳ ନିର୍ବାଚନର ଧୂଆଁବାଣ ପାଲଟିଛି। ଅବିଭକ୍ତ କୋରାପୁଟ ଜିଲାର ୪ଟି ପ୍ରମୂଖ ଜଳଭଣ୍ଡାର ଓ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ମଧ୍ୟରୁ ଏହି ପ୍ରକଳ୍ପ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି। ଏହି ପ୍ରକଳ୍ପରେ ଗଛିତ ଜଳରୁ ଟୋପାଏ ପାଣି ଜିଲାର ଚାଷୀକୂଳ ପାଇ ପାରିଲେ ନାହିଁ। ଏଥିରୁ ଉତ୍ପାଦତ ବିଦ୍ୟୁତ ପୋଡଶୀ ଆନ୍ଧ୍ର ଓ ଛତିଶଗଡ ଜିଲାକୁ ବିକ୍ରି କରି ରାଜ୍ୟ ସରକାର କୋଟିକୋଟି ଟଙ୍କା ଆଦାୟ କରୁଛନ୍ତି। କିନ୍ତୁ ପାରିପାଶ୍ୱିର୍କ ବିକାଶ ହୋଇ ପାରିଲା ନାହିଁ। ୨୦୧୪ ମସିହାରେ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ୨୪୭ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। କିନ୍ତୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଜ୍ୟ ଜଳସେଚନ ମନ୍ତ୍ରୀ ଏହି ଜିଲାଗସ୍ତରେ ବାରମ୍ବାର ଆସୁ ଥିବାବେଳେ ଏହି ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରୀ କରିବାରେ ସେ ବିଫଳ ହୋଇଛନ୍ତି।

ଜଳସେଚନ ସୁବିଧା , ପାରିପାର୍ଶ୍ୱିକ ବିକାଶ ଓ ବୁଡି ଅଞ୍ଚଳ ବିସ୍ତାପିତ ମାନଙ୍କର ସମସ୍ୟା ସୁଧାରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ପଦକ୍ଷେପ ନ ନେବା ପରିତାପର ବିଷୟ ହୋଇଛି। ଇନ୍ଦ୍ରାବତୀରୁ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଓ ବେସିନ ପରିଚାଳକଙ୍କର କାର୍ଯ୍ୟାଳୟକୁ ଉଠାଇନେବାର ଚକ୍ରାନ୍ତରୁ ରାଜ୍ୟସରକାର ନିବୃତ ରୁହନ୍ତୁ। ବିଗତ ଦିନରେ ଅଞ୍ଚଳବାସୀଙ୍କର ସହିତ ବିଜେପି ଦଳ ଜିଲାପାଳଙ୍କର କାର୍ଯ୍ୟାଳୟକୁ ଯାଇ ଏହି ଦୁଇଟି କାର୍ଯ୍ୟାଳୟକୁ ନଉଠାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଛି। ତେବେ କଂଗ୍ରେସ ଓ ଶାସକ ବିଜେଡି ଦଳ ଭୂବନେଶ୍ୱର ଯାଇ ରାଜ୍ୟସରକାରଙ୍କର ସହିତ କ’ଣ ଆଲୋଚନା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି। କାରଣ ଜୟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ରବିନାରାୟର ନନ୍ଦଙ୍କର ପତ୍ନୀ ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ଏକ ସାମ୍ବାଦିକ ସମ୍ମଳନୀ କରି ଇନ୍ଦ୍ରାବତୀର ମୁଖ୍ୟଯନ୍ତ୍ରୀ ଓ ବେସିନ ପରିଚାଳକଙ୍କର କାର୍ଯ୍ୟାଳୟକୁ ଜୟପୁର (ବାରେଣି ପୁଟ)କୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି। ଅନ୍ୟପଟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ସଦାଶିବ ପ୍ରଧାନୀ ବିଜେଡି କର୍ମକର୍ତ୍ତାଙ୍କର ସହିତ ଇନ୍ଦ୍ରାବତୀ ମୁଖ୍ୟଯନ୍ତ୍ରୀଙ୍କୁ ଭେଟି ଏହି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବନାହିଁ ବୋଲି କହୁଛନ୍ତି। ତେବେ ଜୟପୁର ବିଜେଡି ଓ ନବରଙ୍ଗପୁର ବିଜେଡି ମଧ୍ୟରେ ତଳମେଳ ରହୁନଥିବାବେଳେ ବିଜୁଜନତାଦଳର  ଦୋମୁହାଁ ନୀତି ନେଇ ଇନ୍ଦ୍ରାବତୀବାସୀ ଦ୍ୱନ୍ଦରେ ପଡିଛନ୍ତି। ଏହି ଦୁଇଟି କାର୍ଯ୍ୟାଳୟ ପୂର୍ବଭଳି ନବରଙ୍ଗପୁର ଜିଲାର ଇନ୍ଦ୍ରବାତୀ ଠାରେ କାର୍ଯ୍ୟକରିବାକୁ ବିଜେପି ଦାବି କରିଛି।

- Advertisement -

ତୁରନ୍ତ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ୨୪୭ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଶିଘ୍ର ଆରମ୍ଭ କରିବା, ବୁଡି ଅଞ୍ଚଳରୁ ୩୦ ବର୍ଷଧରି ବିସ୍ଥାପିତ ହୋଇଥିବାଲୋକ ଙ୍କର ସମସ୍ୟାର ସମାଧାନ କରିବା, ପାରିପାର୍ଶ୍ୱିକ ବିକାଶ ଓ କର୍ପସ ପାଣ୍ଠିର ବିନିଯୋଗ କରାଯିବା ସହିତ ନବରଙ୍ଗପୁରଜିଲବାସୀଙ୍କୁ ୟୁନିଟ ପିଛା ଏକ ଟଙ୍କାରେ ବିଦ୍ୟୁତ ପ୍ରଦାନ କରିବାକୁ ଦାବି କରାଯାଇଛି। ଏସବୁ ସମସ୍ୟା ସମାଧାନ କରାନଗଲେ ଜିଲା ବିଜେପି ପକ୍ଷରୁ ଇନ୍ଦ୍ରବାତୀରେ ପଦଯାତ୍ରା କରାଯିବା ସହ ଭୂବନେଶ୍ୱର ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଜୟପୁରର ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ଇନ୍ଦ୍ରବାତୀର ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି ନକରି ଅବିଭକ୍ତ କେରାପୁଟରେ ବିଦ୍ୟୁତ ଦର ୟୁନିଟ ପ୍ରତି ଏକ ଟଙ୍କା କରିବା, ଜୟପୁରରେ ଆରଡିସି କାର୍ଯ୍ୟାଳୟ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା,ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା, ଦକ୍ଷିଣ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ସମେତ ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟସକରାରଙ୍କର ନିକଟରେ ଦାବି କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟମାନଙ୍କର ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲା ସଭାପତି ଗୋବିନ୍ଦ ଜୈନ, ଜିଲା କୃଷକ ମୋଚ୍ଚା ସାଧାରଣ ସମ୍ପାଦକ ରମାପତି ବିଷୋୟୀ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ, ନଗର ସଭାପତି ପିଣ୍ଟୁ ମିଶ୍ର ଓ ଶୁଭମ୍‍ ଚୈାଧୂରୀ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories