www.samajalive.in
Saturday, December 13, 2025
27.1 C
Bhubaneswar

ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ଅଗ୍ରଗତି ହାସଲ କରିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ବିଶ୍ୱ ପୁନର୍ବ୍ୟବହାରକ୍ଷମ ଶକ୍ତି ପୁଞ୍ଜି ନିବେଶକାରୀ ବୈଠକ ଓ ପ୍ରଦର୍ଶନୀ-୨୦୨୦କୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପୁନ ର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ମେଗାୱାଟ୍‍ରୁ ଜିଗାୱାଟ୍‍ ଶକ୍ତି ଉତ୍ପାଦନ କରିବାକୁ ସାମର୍ଥ୍ୟ ହାସଲ କରିଛି। ସେ କହିଛନ୍ତି, ବହୁତ କମ୍‍ ସମୟ ମଧ୍ୟରେ ଭାରତ ଏ କ୍ଷେତ୍ରରେ ଅନେକ ସଫଳତା ଲାଭ କରିଛି।
ସେ କହିଛନ୍ତି, ଗତ ୬ ବର୍ଷ ଭିତରେ ଭାରତ ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଅଦ୍ଭୁତପୂର୍ବ ଅଗ୍ରଗତି ହାସଲ କରିଛି। ସମସ୍ତଙ୍କୁ ବିଦ୍ୟୁତ୍‍ ଯୋଗାଇବାରେ ମଧ୍ୟ ଭାରତ ସଫଳ ହୋଇଛି। ସେ କହିଛନ୍ତି, ଦେଶରେ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱରେ ଏ କ୍ଷେତ୍ରରେ ଚତୁର୍ଥ ବୃହତମ ସ୍ଥାନ ଅଧିକାର କରିଛି। ଦେଶରେ ବର୍ତ୍ତମାନ ୧୪୬ ଜିଗାୱାଟ୍‍ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦିତ ହେଉଛି। ସେ କହିଛନ୍ତି, ଏହା ଆମର ମୋଟ୍‍ ଶକ୍ତି ଉତ୍ପାଦନର ଶତକଡ଼ା
୩୬ଭାଗ।
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି। ଶ୍ରୀ ମୋଦୀ କହିଛନ୍ତି, ଭାରତ ଅଙ୍ଗାରକାମ୍ଳ ଗ୍ୟାସ୍‍ ନିର୍ଗମନ ହ୍ରାସ କରିବା କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି। ସେ କହିଛନ୍ତି, ଦେଶରେ ଅଢ଼େଇକୋଟି ପରିବାରକୁ ବିଜୁଳି ଯୋଗାଇ ଦିଆଯାଇଛି। ଏଥିପାଇଁ କୌଣସି ଗୋଟିଏ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆନଯାଇ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟ ଏ ଦିଗରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।
ଷ୍ଟ୍ରିଟ୍‍ ଲାଇଟ୍‍ ଗୁଡ଼ିକ ପାଇଁ ଏଲ୍‍.ଇ.ଡି. ବଲବ୍‍ ଯୋଗାଇବା ଓ ଇଲେକ୍ଟ୍ରି ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଭଳି ଅନେକ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ବିଦେଶୀ ପୁଞ୍ଜି ନିବେଶକାରୀ ମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ସେ କହିଛନ୍ତି, ଭାରତରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି
କରାଯାଇଛି। ଏ କ୍ଷେତ୍ରରେ ଭାରତର ବୈଷୟିକଜ୍ଞାନ କ୍ଷେତ୍ରରେ ଅଣାଯାଇଥିବା ବିପ୍ଳବ ପୁଞ୍ଜିନିବେଶକାରୀ ମାନଙ୍କୁ ସାହାଯ୍ୟ କରିବ। ପୁଞ୍ଜିନିବେଶକାରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଗ୍ରାଧିକାର ଦେଇ ଆସୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ଦେଶର ନେତୃବୃନ୍ଦ, ୭୫ଟି ଦେଶର ଶକ୍ତିମନ୍ତ୍ରୀ ଓ ୨୦୦ ବକ୍ତା ଅଂଶଗ୍ରହଣ କରୁଛନ୍ତି। ନୂଆ ତଥା ପୁନର୍ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ବୈଠକର ଆୟୋଜନ କରାଯାଇଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories