www.samajalive.in
Thursday, December 11, 2025
18.1 C
Bhubaneswar

ବେଆଇନ କରତ କଳ ଉପରେ ଚଢ଼ଉ : ଲକ୍ଷାଧିକ ଟଙ୍କାର କାଠ ଜବତ, ଅଭିଯୁକ୍ତ ଫେରାର

ସମ୍ବଲପୁର: ସମ୍ବଲପୁର ବନ ଓ ଭିଜିଲାନ୍ସ ବିଭାଗ ତରଫରୁ ଗୁରୁବାର ଚେରୁଆପଡା ଓ ବଡବଜାର ଅଞ୍ଚଳରେ ବେଆଇନ ଭାବରେ ଚାଲୁଥିବା କରତ କଳ ଉପରେ ଚଢ଼ଉ କରାଯାଇଛି। ଚେରୁଆପଡାର ନରୋତ୍ତମ ମିଲ ଏବଂ ଫାର୍ମ ରୋଡ ଅଞ୍ଚଳର ହରି ମିଲରେ ବନ, ଭିଜିଲାନ୍ସ ଓ ପୁଲିସ ବିଭାଗର ମିଳିତ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ବେଆଇନ ଦୁଇ କରତ କଳର ପ୍ରାୟ ୬୨ ସିଏଫଟି ଶାଳ ଓ ୫୦ ସିଏଫଟି ଜାଳ କାଠ ସମେତ ସମୁଦାୟ ୧୧୨ ସିଏଫଟି କାଠ ଜବତ କରାଯାଇଛି। ଏହା ସହିତ ପ୍ରାୟ ୩ ଲକ୍ଷ ଟଙ୍କାର କାଠ କାଟିବା ଯନ୍ତ୍ର ମଧ୍ୟ ଜବତ କରାଯାଇଛି।
ଏ ସର୍ମ୍ପକରେ ବନ ବିଭାଗ ଆଇନ ଅନୁଯାୟୀ ମାମଲା ନଂ ୧୦/୨୦୨୦ ଏବଂ ୧୧/୨୦୨୦ ସମ୍ବଲପୁର ବନ ବିଭାଗର ଟାଉନ ରେଞ୍ଜ କାର୍ଯ୍ୟାଳୟରେ ରୁଜୁ କରାଯାଇଛି ବୋଲି ବନ ଓ ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ସହିତ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ସଂଯୋଗ ଥିବାରୁ ବିଦ୍ୟୁତ ବିଭାଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ତରଫରୁ ଚିଠି ଦିଆଯାଇଛି। ଏହି ଚଢ଼ଉ ସମୟରେ ବନ ବିଭାଗର ଏସିଏଫ ଗୋକୁଳ ଚନ୍ଦ୍ର ପାଇକ, ଭିଜିଲାନ୍ସ ଏସିଏଫ ଲକ୍ଷ୍ମଣ ମାରଡି, କ୍ଷେତରାଜପୁର ଆଦର୍ଶ ଥାନାଧିକାରୀଣି ମମତା ନାୟକ ଙ୍କ ସମେତ ବନ, ଭିଜିଲାନ୍ସ ଓ ପୁଲିସ ବିଭାଗର ପ୍ରାୟ ୬୦ ଜଣ କର୍ମଚାରୀ ସାମିଲ ରହିଥିଲେ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଭଳି ପଶ୍ଚିମ ଓଡିଶାର ପ୍ରମୁଖ ସହରର କେନ୍ଦ୍ରସ୍ଥଳି ମଧ୍ୟରୁ ବାରମ୍ବାର ବେଆଇନ କରତ କଳ ଠାବ ହେବା ଘଟଣା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। ବିଗତ ଡିସେମ୍ବର ମାସରୁ ଏ ପର୍ଯ୍ୟନ୍ତ ଚେରୁଆପଡା, ଫାର୍ମ ରୋଡ, କମଳି ବଜାର ଓ ଫାର୍ମ ରୋଡ ଅଞ୍ଚଳରେ ୧୦ ଥର ଚଢ଼ଉ କରାଯାଇଥିବା ବେଳେ ପ୍ରତି ଥର ଲକ୍ଷାଧିକ ଟଙ୍କାର ବିଭିନ୍ନ କିସମର କାଠ ସମେତ ଯନ୍ତ୍ରପାତି ଜବତ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରତି ଥର ଏହି ବେଆଇନ କରତ କଳ ଚଳାଉଥିବା ବ୍ୟକ୍ତି ମାନଙ୍କୁ ବନ ଓ ଭିଜିଲାନ୍ସ ବିଭାଗ ବିଫଳ ହେଉଛି। ଏହା ସହିତ ସମସ୍ତ ବେଆଇନ କରତ କଳ ଗୁଡିକରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂଯୋଗ ରହିଥିବାର ଦେଖାଯାଉଥିବା ବେଳେ ଏ ସର୍ମ୍ପକରେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ବାରମ୍ବାର ସେହି ଅଞ୍ଚଳରେ ବେଆଇନ କରତ କଳ ଚାଲୁଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଭାଗୀୟ ଦୁର୍ବଳତା, ସମନ୍ୱୟର ଅଭାବ ଅଥବା ଅନ୍ୟ କୌଣସି କାରଣରୁ ବିଫଳ ଉଥିବାରୁ ଏଭଳି କାରବାର ଉପରେ ରୋକ ଲଗା ଯାଇ ପାରୁ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହା ସହିତ ପୂର୍ବରୁ ବନ ବିଭାଗର ବିଭିନ୍ନ ସ୍ଥାନରେ ଚେକ ଗେଟ ରହିଥିବା ବେଳେ ଏବେ ସେଗୁଡିକ ଏବେ ଉଠି ଗଲାଣି। ଚୋର କାଠ କାରବାରକୁ ରୋକିବା ପାଇଁ ଯେଭଳି ପେଟ୍ରୋଲିଂ ହେବା କଥା ତାହା ମଧ୍ୟ ହେଉ ନ ଥିବାରୁ ଚୋରା ଚାଲାଣକାରୀ ମାନେ ଉତ୍ସାହିତ ହୋଇ ରହିଛନ୍ତି। ବନ, ଭିଜିଲାନ୍ସ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଅନାୟସରେ ସହର ମଧ୍ୟରେ ବହୁ ବେଆଇନ କରତ କଳ ଚାଲୁଥିବା ବେଳେ ବଡ ବଡ କାଠ ଗଣ୍ଡି ଆସିବା ଓ କାଠ ପଟା ନିୟମିତ ଚାଲାଣ ହେଉଥିବା କାହାରିକୁ କିଛି ଜଣା ନ ପଡିବାର ଘଟଣାକୁ ଜନତା ସ୍ୱିକାର କରି ପାରୁ ନାହାନ୍ତି। ଏଣୁ ସରକାରୀ ବିଭାଗ ମାନେ ସେମାନଙ୍କର ଦାୟିତ୍ୱକୁ ହୃଦୟଙ୍ଗମ କରି ସଠିକ ସମନ୍ୱୟ ରକ୍ଷା କରି ଏଭଳି ବେଆଇନ କାର୍ଯ୍ୟ ଉପରେ ଲଗାମ ଲଗାଇ ପରିବେଶକୁ ବଞ୍ଚାବାର ପ୍ରଭାବୀ କାର୍ଯ୍ୟ କରନ୍ତୁ ବୋଲି ପରିବେଶବିତ ମାନଙ୍କ ସମେତ ସହରବାସୀ ଦାବି କରୁଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories