www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକୀୟ କମ୍ପାନୀ ଟେଲୁରିଆନ ସହ ବୁଝାମଣା – ଆମଦାନୀ ହେବ ଏଲଏନଜି

ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ହ୍ୟୁଷ୍ଟନଠାରେ ୭ଟି ଆନ୍ତର୍ଜାତିକ ଉର୍ଜା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ)ମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଗୋଲଟେବୁଲ ବୈଠକରେ ଯୋଗଦେଇଥିବା ଏହି କମ୍ପାନୀଗୁଡ଼ିକ ମଧ୍ୟରୁ କେତେକଙ୍କର ଭାରତରେ ବ୍ୟବସାୟ ରହିଛି। ଏହି ଅବସରରେ ହ୍ୟୁଷ୍ଟନର ଏକ କମ୍ପାନୀ ଟେଲୁରିଆନ ସହ ଭାରତର ପେଟ୍ରୋନେଟ୍‍ ଏଲ୍‍ଏନ୍‍ଜି ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଟେଲିରିଆନ ଏକ ଆନ୍ତର୍ଜାତିକ ଉର୍ଜା କମ୍ପାନୀ। ଟେଲିରିଆନ ପକ୍ଷରୁ ଆମେରିକାର ଡ୍ରିଫ୍‍ଟଉଡ୍‍ଠାରେ ତିଆରି ହେବାକୁ ଥିବା ଏଲ୍‍ଏନ୍‍ଜି ଏକ୍ସପୋର୍ଟ ଟର୍ମିନାଲ ପ୍ରକଳ୍ପରେ ପେଟ୍ରୋନେଟ୍‍ ଏଲ୍‍ଏନ୍‍ଜି ୨ଦଶମିକ ୫ବିଲିୟନ ଆମେରିକୀୟ ଡଲାର ନିବେଶ କରିବ। ବଦଳରେ ପେଟ୍ରୋନେଟ୍‍ ଏହି ପ୍ରକଳ୍ପରୁ ୪୦ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ ୫ ନିୟୁତ ମେଟ୍ରିକଟନ ଏଲ୍‍ଏନ୍‍ଜି ମିଳିବ। ମୋଟିଙ୍କ ସହ ହୋଇଥିବା ଗୋଲଟେବୁଲ ବୈଠକରେ ଯୋଗଦେଇଥିବା ସିଇଓମାନେ ଭାରତରେ ବ୍ୟବସାୟ ବାଣିଜ୍ୟ ସୁଗମ କରିବା ପାଇଁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ଦେଶରେ ଗ୍ରହଣ କରାଯାଉଥିବା ସଂସ୍କାରବାଦୀ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆର୍ଥିକ ନୀତିକୁ ସେମାନେ ସମର୍ଥନ କରିବା ସହ ଦେଶର ଅର୍ଥନୀତି ନେଇ ସନ୍ତୋଷପ୍ରକାଶ କରିଛନ୍ତି। ଏ ନେଇ ଏହି ଗୋଲଟେବୁଲରେ ଯୋଗଦେଇଥିବା ଭାରତର ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗର ସଚିବ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଏହା ଭାରତ-ଆମେରିକା ସମ୍ପର୍କ ବୃଦ୍ଧିର ଏକ ପ୍ରତିଫଳନ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଆଲୋଚନା ଅବସରରେ ସମୟ ବାହାର କରି ଶହଶହ ଭାରତୀୟ ଆମେରିକୀୟଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ରବିବାର ତାଙ୍କର ସପ୍ତାହବ୍ୟାପୀ ଆମେରିକା ଗସ୍ତର ପ୍ରଥମ ପର୍ଯ୍ୟାୟରେ ବୁଶ୍‍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଲା ପରେ ତାଙ୍କୁ ବିମାନବନ୍ଦରର ନିର୍ଦ୍ଦେଶକ, ବାଣିଜ୍ୟ ଓ ଆନ୍ତର୍ଜାତିକ ବ୍ୟାପାର ସଚିବ ଖ୍ରୀଟୋଫର ଓଲସନ, ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନଥ୍‍ ଜଷ୍ଟର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଆଜି ହୋଷ୍ଟନଠାରେ ଅନୁଷ୍ଠିତ ହାଉଡୀ ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ତାଙ୍କସହିତ ମଧ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଏକ ବିରାଟ ଫୁଟବଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୦ହଜାରରୁ ଅଧିକ ଭାରତୀୟ ଆମେରିକୀୟ ଯୋଗଦେବେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories