www.samajalive.in
Saturday, December 6, 2025
16.1 C
Bhubaneswar

ଭାରତର ହରନାଜ୍‍ ସାନ୍ଧୁ ମିସ୍‍ ୟୁନିଭର୍ସ ୨୦୨୧

ମୁମ୍ବଇ: ଲିଭା ମିସ୍‍ ଦିଭା ୟୁନିଭର୍ସ ୨୦୨୧ ହରନାଜ ସାନ୍ଧୁ ଆନୁଷ୍ଠାନିକ ଭାବରେ ମିସ୍‍ ୟୁନିଭର୍ସ ୨୦୨୧ ବିଜୟିନୀ ଘୋଷିତ ହୋଇଛନ୍ତି । ମିସ୍‍ ପାରାଗୁଏ ଏବଂ ମିସ୍‍ ସାଉଥ ଆଫ୍ରିକାଙ୍କ ସହିତ ପ୍ରତିଯୋଗିତା କରି ଶେଷରେ ହରନାଜ୍‍ ଏହି ମୁକୁଟ ପିନ୍ଧିଛନ୍ତି । ପ୍ରଥମେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ହରନାଜ ପରବର୍ତ୍ତୀ ସମୟରେ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନ ଦେବାରେ ସଫଳ ହୋଇଥିଲେ । ଏହାପରେ ତାଙ୍କୁନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିବାବେଳେ ଚୂଡାନ୍ତ ଫଳାଫଳ ଘୋଷଣା ସମୟରେ ହରନାଜ ୭୦ତମ ମିସ୍‍ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିବା ତାଙ୍କ ଶୁଭେଚ୍ଛୁ, ପ୍ରଶଂସକ ଏବଂ କୋଟି କୋଟି ଭାରତୀୟ ପାଇଁ ଗୌରବ ଆଣିଦେଇଛି । ସେ ତୃତୀୟ ଭାରତୀୟ ଯୁବତୀ ଭାବରେ ଏହି ଟାଇଟଲ ହାସଲ କରିଛନ୍ତି । ସୁଇମ ସୁଟ୍‍ ପର୍ଯ୍ୟାୟରେ ହରନାଜ ବେଶ୍‍ ଆକର୍ଷଣୀୟ ମନେହେଉଥିଲେ ଏବଂ ଅତ୍ୟନ୍ତ ଲାଳିତ୍ୟ ତଥା ଗାମ୍ଭୀର୍ଯ୍ୟର ସହିତ ସେ ର‌୍ୟାମ୍ପରେ ଚାଲିଥିଲେ । ପୂର୍ବରୁ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ ଏଭଳି ଏକ ବିଶ୍ୱସ୍ତରୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ସ୍ୱପ୍ନ ଦେଖୁଥିବା ବିଷୟ ପ୍ରକାଶ କରିଥିଲେ । ଶେଷରେ ତାଙ୍କ ସ୍ୱପ୍ନ ସାକାର ହୋଇଛି ଏବଂ ଏଥିପାଇଁ ସେ ଗର୍ବିତ ମନେ କରୁଥିବା କହିଛନ୍ତି ହରନାଜ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories