www.samajalive.in
Saturday, December 6, 2025
26.1 C
Bhubaneswar

ଗଣତନ୍ତ୍ର ଦିବସର ଅତିଥି ହେବାକୁ ୫ ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ୨୦୨୨ ଗଣତନ୍ତ୍ର ଦିବସ ଉତ୍ସବ ପାଳନରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ କେନ୍ଦ୍ର ସରକାର କେନ୍ଦ୍ର ଏସିଆର ପାଞ୍ଚଟି ରାଷ୍ଟ୍ରର ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧ ଗଣତନ୍ତ୍ର ଦିବସ ପାଳନରେ ମୁଖ୍ୟ ଅତିଥି ହେବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେ ଏହା ଗ୍ରହଣ କରିଥିଲେ ମଧ୍ୟ ବ୍ରିଟେନରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜନସନ ଭାରତ ଗସ୍ତ ବାତିଲ କରିଦେଇଥିଲେ। ତେବେ ଚଳିତ ବର୍ଷ କେନ୍ଦ୍ର ଏସିଆର ପାଞ୍ଚଟି ରାଷ୍ଟ୍ର ଉଜବେକିସ୍ତାନ, କିରଗିଜସ୍ତାନ, ତୁର୍କମେନିସ୍ତାନ, କାଜାଖସ୍ତାନ ଏବଂ ତାଜିକିସ୍ତାନର ମୁଖ୍ୟମାନଙ୍କୁ ଆମନ୍ତ୍ରୀ କରାଯାଇଛି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କ ନିକଟରୁ ଆନୁଷ୍ଠାନିକ ଆମନ୍ତ୍ରଣ ପଠାଯାଇଛି। ତାହାର ଉତ୍ତର ମିଳିନଥିବା ଜଣେ ବରିଷ୍ଠ ସରକାରୀ ପଦାଧିକାରୀ କହିଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଶପଥ ନେବା ପରେ ୨୦୧୫ରେ ଏହି ପାଞ୍ଚଟି କେନ୍ଦ୍ର ଏସୀୟ ରାଷ୍ଟ୍ର ଗସ୍ତ କରିଥିଲେ। ଭାରତର କେନ୍ଦ୍ର ଏସିଆ ନୀତି ମୁତାବକ ଏହି ରାଷ୍ଟ୍ରର ମୁଖ୍ୟମାନଙ୍କୁ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିବା କୁହାଯାଇଛି। ଭାରତ ଏହି ପାଞ୍ଚଟି ରାଷ୍ଟ୍ର ସହିତ ସାଂସ୍କୃତିକ, ଆର୍ଥିକ ଏବଂ କୂଟନୈତିକ କ୍ଷେତ୍ରରେ ସହଭାଗିତା ବଜାୟ ରଖିଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଚାବାହାର ବନ୍ଦର ଦେଇ ଏହି ପାଞ୍ଚଟି ରାଷ୍ଟ୍ର ସହିତ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ସପକ୍ଷରେ ମଧ୍ୟ ଭାରତ ଯୁକ୍ତି ଦର୍ଶାଇଛି। ସୂଚନାଯୋଗ୍ୟ ଯେ ଭାରତ ପକ୍ଷରୁ ଇରାନରେ ଏହି ଚାବାହାର ବନ୍ଦର ନିର୍ମାଣ କରାଯାଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories