www.samajalive.in
Sunday, December 7, 2025
13.1 C
Bhubaneswar

ରିଜର୍ଭ ବ୍ୟାଙ୍କର ଅନୁମାନ- ଦେଶର ଅଭିବୃଦ୍ଧି ହାର ୯.୫% ହେବ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୫% ହେବାନେଇ ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆରବିଆଇ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ୱାଭାବିକ ହେବା ଆରମ୍ଭ ହୋଇଛି ଏବଂ ଘରୋଇ ସ୍ତରରେ ଉପଭୋକ୍ତା ଆହରଣରେ ଉନ୍ନତି ଘଟୁଛି। ଅନୁରୂପ ଭାବେ ପୁଞ୍ଜିନିବେଶ ଏବଂ ବାହ୍ୟ ଚାହିଦାରେ ମଧ୍ୟ ସୁଧାର ଆସୁଥିବା ସୂଚନା ମିଳୁଛି। ପୂର୍ବରୁ ଜୁନ ୪ ତାରିଖରେ ଆରବିଆଇ ତାହାର ଆର୍ଥିକ ନୀତିର ସମୀକ୍ଷା ସମୟରେ ଜିଡିପି ଅଭିବୃଦ୍ଧି ଅନୁମାନ ୧୦.୫%ରୁ ୯.୫%କୁ ହ୍ରାସ କରିଥିଲା। ଗତ ମାସରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତର ଅଭିବୃଦ୍ଧି ଅନୁମାନ ୩୦୦ ବେସିସ ପଏଣ୍ଟ ହ୍ରାସକରି ତାହା ୯.୫% ହେବ ବୋଲି କହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories