www.samajalive.in
Saturday, December 6, 2025
15.1 C
Bhubaneswar

ଦେଶରେ ୨୫ ଲକ୍ଷ ଅତିକ୍ରମ କଲା କରୋନା, ମୃତ୍ୟୁ ସଂଖ୍ୟା ୪୯,୦୩୬

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ହଜାର ୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ୬ ଲକ୍ଷ ୬୮ ହଜାର ୨୨୦ଟି ସକ୍ରିୟ ମାମଲା ରହିଥିବା ବେଳେ ୧୮ ଲକ୍ଷ ୮ ହଜାର ୯୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ହଜାର ୩୬ ଜଣଙ୍କ ମୃତ୍ୟୁ ପରେ ମୋଟ ସଂକ୍ରମଣ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୩କୁ ବୃଦ୍ଧି ପାଇଛି।

କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୫୧ ହଜାର ୮୬୫ ଥିବା ବେଳେ ୪ଲକ୍ଷ ୦୧ହଜାର ୪୪୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ହଜାର ୪୨୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ତାମିଲନାଡୁରେ ୫୩ ହଜାର ୭୧୬ଟି ସକ୍ରିୟ ମାମଲା ଥିବା ବେଳେ ୨ ଲକ୍ଷ ୬୭ ହଜାର ୧୫ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଏହି ରୋଗରେ ରାଜ୍ୟରେ ୫ ହଜାର ୫୧୪ ଜଣଙ୍କ ମୃତ୍ୟୁ ଘଟିଛି।

- Advertisement -

ଆନ୍ଧ୍ରପ୍ରଦେଶରେ ୮୯ ହଜାର ୯୦୭ଟି ସକ୍ରିୟ ମାମଲା ଥିବା ବେଳେ ଏପର୍ଯ୍ୟନ୍ତ ୧ ଲକ୍ଷ ୮୦ ହଜାର ୭୦୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହି ସଂକ୍ରମଣ ଦ୍ୱାରା ୨ ହଜାର ୪୭୫ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ୧୧ ହଜାର ୩୬୬ଟି ସକ୍ରିୟ ମାମଲା ଥିବା ବେଳେ ୧ ଲକ୍ଷ ୩୫ ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ମୃତକଙ୍କ ସଂଖ୍ୟା ୪ ହଜାର ୧୭୮ ରହିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଅଗଷ୍ଟ ୧୪ ସୁଦ୍ଧା ୨ କୋଟି ୮୫ ଲକ୍ଷ ୬୩ ହଜାର ୯୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ, ସେଥି ମଧ୍ୟରୁ ଗତକାଲି ୮ ଲକ୍ଷ ୬୮ ହଜାର ୬୭୯ଟି ନମୁନା ପରୀକ୍ଷା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories