www.samajalive.in
Friday, December 12, 2025
26.1 C
Bhubaneswar

ଇସ୍ରାଏଲ ସେନାରେ ଭାରତୀୟ ଯୁବତୀ

ତେଲହାବିବ୍‌: ଇସ୍ରାଏଲ ସେନାରେ ସାମିଲ ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଯୁବତୀ ନିତାଶା ମୁଲିୟାଶା। ଦୀର୍ଘ ବର୍ଷ ପୂର୍ବରୁ ନିତାଶାଙ୍କ ପରିବାର ଗୁଜରାତର ରାଜକୋଟ ନିକଟ କୋଠାରିରୁ ଇସ୍ରାଏଲ ଯାଇଥିଲେ। ୨୦ ବର୍ଷୀୟା ନିତାଶା ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଓ ବହୁମୁଖୀ ଯୁଦ୍ଧ କୌଶଳ ସମ୍ପର୍କରେ ତାଲିମ ଗ୍ରହଣ କରିଛନ୍ତି। ନିତାଶାଙ୍କ ବାପା ଜିବାଭାଇ ମୁଲିୟାଶା କହିଛନ୍ତି ଯେ ଇସ୍ରାଏଲରେ ୧୮ବର୍ଷରୁ ପ୍ରତ୍ୟେକଙ୍କ ପାଇଁ ସାମରିକ ତାଲିମ ବାଧ୍ୟତାମୂଳକ। ସେହି ଅନୁସାରେ ନିତାଶାଙ୍କୁ ଦୁଇ ବର୍ଷର ତାଲିମ ପରେ ସୈନ୍ୟବାହିନୀରେ ନିଯୁକ୍ତି ମିଳିଛି। ନିତାଶା ଇତିମଧ୍ୟରେ ଲେବାନନ୍, ସିରିଆ, ଜୋର୍ଡାନ ଓ ଇଜିପ୍ଟ ସୀମାରେ କାର୍ଯ୍ୟ କରିଛନ୍ତି।

ସେନାରେ କାର୍ଯ୍ୟ କରିବା ପାଇଁ ପ୍ରାର୍ଥୀଙ୍କୁ ୫ ବା ୧୦ ବର୍ଷର ଚୁକ୍ତିବଦ୍ଧ ହେବାକୁ ପଡ଼ିଥାଏ। ନିକଟରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ନିତାଶା ସାମିଲ ଥିଲେ। ତାଙ୍କ ସାନ ଭଉଣୀ ରିୟା ମଧ୍ୟ ଦ୍ୱାଦଶ ପାସ୍ କରିବା ପରେ ଚଳିତ ବର୍ଷ ସେନାରେ ଯୋଗ ଦେଇଛନ୍ତି। ସମ୍ପ୍ରତି ତାଙ୍କର ତାଲିମ ଜାରି ରହିଛି। ଇସ୍ରାଏଲରେ ସମ୍ପ୍ରତି ୪୫ ଗୁଜରାତି ପରିବାର ବସବାସ କରୁଛନ୍ତି; ଯେଉଁମାନେ ହୀରା ଓ ଅନ୍ୟ ରତ୍ନପଥର ବ୍ୟବସାୟ ସହ ଜଡ଼ିତ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories