www.samajalive.in
Friday, December 12, 2025
19.1 C
Bhubaneswar

ଇବ୍ରାହିମ ରାଇସି ଇରାନର ରାଷ୍ଟ୍ରପତି ନିର୍ବାଚିତ

ତେହରାନ: ଇରାନର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମେନିଙ୍କ ଦୃଢ଼ ସମର୍ଥକ ଭାବେ ପରିଚିତ ଇବ୍ରାହିମ ରାଇସି। ସେ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଉଦାରବାଦୀ ନେତା ଅବଦୁଲନାସିର ହିମ୍ମାତିଙ୍କୁ ପରାସ୍ତ କରିଛନ୍ତି। ଇରାନ ନ୍ୟାୟପାଳିକାର ମୁଖ୍ୟ ଥିବା ଇବ୍ରାହିମଙ୍କ ସପକ୍ଷରେ ୧ କୋଟି ୭୮ ଲକ୍ଷ ମତ ମିଳିଥିବାବେଳେ ନାସିରଙ୍କୁ ମାତ୍ର ୨୪ ଲକ୍ଷ ମତଦାତା ସମର୍ଥନ କରିଥିଲେ। ରାଇସି ଆସନ୍ତା ଅଗଷ୍ଟରେ ହାସନ ରୋହାନିଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ।

ସୂଚନାନୁଯାୟୀ, ନିର୍ବାଚନରେ ଖୁବ୍‌ କମ ମତଦାତା ଅଂଶଗ୍ରହଣ କରିଥିଲେ। ନିର୍ବାଚନରେ ୬୦ବର୍ଷୀୟ ରାଇସିଙ୍କ ବିରୋଧରେ ସେନା କମାଣ୍ଡର ମୋହସିନ ​ ଓ ଆମିରହୋସେନ କ୍ବାଜିଜାଦେ ହାସ୍‌ମି ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବହୁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଆଳରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗରୁ ବଞ୍ଚିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ କଠୋରପନ୍ଥୀ ଇବ୍ରାହିମ୍‌ଙ୍କ ବିରୋଧରେ ବହୁ ରାଜନୈତିକ ବନ୍ଦୀଙ୍କୁ ଗଣହତ୍ୟା ଅଭିଯୋଗରେ ଆମେରିକା ୧୯୮୮ରୁ କଟକଣା ଜାରି କରିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories