www.samajalive.in
Thursday, December 11, 2025
16.1 C
Bhubaneswar

ଅଷ୍ଟ୍ରେଲିଆ ଗସ୍ତ ପାଇଁ ୩୨ ଜଣିଆ ଭାରତୀୟ ଦଳ : ରୋହିତ ଓ ଈଶାନ୍ତ ବାଦ୍ ‌; ବରୁଣ ନୂଆ ମୁହଁ ; ଟେଷ୍ଟ ଦଳରେ ସିରାଜ୍‌

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଉକ୍ତ ଗସ୍ତରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ଏବଂ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ସୋମବାର ବିସିସିଆଇ ମନୋନୟନ କମିଟି ୩ଟିଯାକ ଫର୍ମାଟ ଲାଗି ପୃଥକ୍ ଦଳ ଘୋଷଣା କରିଛନ୍ତି। ତେବେ ୩ଟିଯାକ ଫର୍ମାଟ ଲାଗି ମୋଟ ୩୨ ଜଣ ଖେଳାଳି ରହିଛନ୍ତି। ଆହତ ଥିବାରୁ ୩ଟିଯାକ ଦଳରୁ ପ୍ରମୁଖ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା ଏବଂ ଟେଷ୍ଟ ଦଳର ଫାଷ୍ଟବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଛନ୍ତି। ତେବେ ଉଭୟଙ୍କର ଅଷ୍ଟ୍ରେଲିଆ ଗସ୍ତରେ ଯିବାର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇନାହିଁ। ଯଦି ଆଗକୁ ଈଶାନ୍ତ ଓ ରୋହିତ ଫିଟ୍‌ନେସ ପ୍ରମାଣ ଦଅନ୍ତି; ଦୁହେଁ ଅଷ୍ଟ୍ରେଲିଆ ଯାଇପାରନ୍ତି।
ତେବେ ରୋହିତ ଶର୍ମାଙ୍କ ସ୍ଥାନରେ କେ. ଲୋକେଶ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି। ବିରାଟ କୋହଲି ୩ଟିଯାକ ଫର୍ମାଟରେ ଦଳର ନେତୃତ୍ବ ନେବେ। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଟ୍ବେଣ୍ଟି-୨୦ ଦଳରେ ନୂଆ ମୁହଁ ଭାବେ ସ୍ଥାନମିଳିଛି। ଦିନିକିଆ ଦଳରେ ଏକମାତ୍ର ୱିକେଟ ରକ୍ଷକ ଭାବେ ରାହୁଲ ରହିଛନ୍ତି। ତେବେ ଉଭୟ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳରେ ଓପ୍‌ନର ଭାବେ ଶିଖର ଧାୱନ ରହିଥିବା ବେଳେ ଟେଷ୍ଟମ୍ୟାଚ୍‌ ଖେଳିବା ପାଇଁ ତାଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ଟ୍ବେଣ୍ଟି୨୦ ଦଳରେ ବିଶେଷଜ୍ଞ ୱିକେଟ ରକ୍ଷକ ଭାବେ ସଞ୍ଜୁ ସାମସନ ରହିଛନ୍ତି। ଟ୍ବେଣ୍ଟି୨୦ ଓ ଦିନିକିଆ ଦଳରୁ ଋଷଭ ପନ୍ତଙ୍କୁ ବାଦ୍‌ ଦିଆଯାଇଛି। ତେବେ ଟେଷ୍ଟ ଦଳରେ ଋଦ୍ଧିମାନ ଶାହାଙ୍କ ସହ ଋଷଭ ୱିକେଟ ରକ୍ଷକ ଭାବେ ରହିଛନ୍ତି। ଦିନିକିଆ ଦଳରେ ଯୁବ ବ୍ୟାଟ୍‌ସମ୍ୟାନ୍ ଶୁବ୍‌ମାନ ଗିଲ୍‌ ରହିଛନ୍ତି। ଆଇପିଏଲ ପ୍ରଦର୍ଶନ ଭିତ୍ତିରେ ଟେଷ୍ଟ ଦଳରେ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି। ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଆହତ ହୋଇଥିବାରୁ ସିରାଜଙ୍କୁ ସୁଯୋଗ ମିଳିଛି। ମୟଙ୍କ ଅଗ୍ରୱାଲ ଟ୍ବେଣ୍ଟି୨୦ ଓ ଟେଷ୍ଟ ଦଳରେ ରହିଛନ୍ତି। ସେହିପରି ୪ ଜଣ ଫାଷ୍ଟବୋଲର- କମଳେଶ ନାଗରକୋଟି, କାର୍ତ୍ତିକ ତ୍ୟାଗୀ, ଇଶାନ ପୋ​‌େ​‌ରଲ ଓ ଟି. ନଟରାଜନ୍‌ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ। ନଭେମ୍ବର ୨୭ରୁ ସିଡ୍‌ନୀରେ ପ୍ରଥମ ଦିନିକିଆ ମ୍ୟାଚ୍ ସହ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭହେବ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳାଯିବ। ଡିସେ‌ମ୍ବର ୪ରୁ କାନ୍‌ବେରାରେ ଟ୍ବେଣ୍ଟି୨୦ ସିରିଜ୍ ଆରମ୍ଭହେବ।
ଟ୍ବେଣ୍ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, କେ.ଏଲ୍‌.ରାହୁଲ (ଉପଅଧିନାୟକ), ଶିଖର ଧାୱନ, ଶ୍ରେୟାସ ଆୟର, ହାର୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ, ଯୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ନବଦୀପ୍‌ ସୈନି, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି।
ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, କେ.ଏଲ୍‌.ରାହୁଲ (ଉପଅଧିନାୟକ), ଶିଖର ଧାୱନ, ଶୁବମାନ ଗିଲ୍‌, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, ଯଶପ୍ରୀତ୍‌ ବୁମ୍‌ରା, ନବଦୀପ ସୈନି, ରବୀନ୍ଦ୍ର ଜାଡେଜା, କୁଲଦୀପ୍‌ ଯାଦବ, ମହମ୍ମଦ ସାମି ଓ ସାର୍ଦୁଳ ଠାକୁର।
ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ଚେତେଶ୍ବର ପୂଜାରା, ମୟଙ୍କ ଅଗ୍ରୱାଲ, କେ.ଏଲ୍‌. ରାହୁଲ, ପୃଥ୍ବୀ ସ’, ହନୁମା ବିହାରୀ, ଶୁବମାନ ଗିଲ୍‌, ଋଦ୍ଧିମାନ ଶାହା, ଋଷଭ ପନ୍ତ, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ନବଦୀପ ସୈନି, ମହମ୍ମଦ ସିରାଜ୍‌, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ୍‌ ଯାଦବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories