ଭାରତୀୟ ନର୍ସିଂ ଛାତ୍ରୀକୁ ଅଷ୍ଟ୍ରେଲିଆରେ ଜୀବନ୍ତ କବର ଦେଲା ପୂର୍ବତନ ପ୍ରେମିକ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ନର୍ସିଂ ଛାତ୍ରୀକୁ ଅପହରଣ ପୂର୍ବକ ଜୀବନ୍ତ କବର ଦିଆଯିବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି। ପୀଡିତା ଛାତ୍ରୀ ହେଉଛନ୍ତି ଜସ୍ମିନ୍ କୌର (୨୧)। ଜସମିନଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତାରିକଜୋତ ସିଂହ ଅପହରଣ କରି ଜୀବନ୍ତ କବର ଦେଇଥିଲେ। ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ଘଟଣା ଘଟିଥିଲା। ଅଷ୍ଟ୍ରେଲିଆର ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି କରି ବୁଧବାର ତାରିକଜୋତକୁ ଦୋଷୀସାବ୍ୟସ୍ତ କରିଛନ୍ତି। ମାମଲାର ଶୁଣାଣି ସମୟରେ ତାରିକଜୋତ ନିଜ ଦୋଷ ସ୍ବୀକାର କରିଥିବା ଜଣାଯାଇଛି। ଜସମିନଙ୍କୁ ତାରିକଜୋତ କାର୍ରେ ବାନ୍ଧି ପ୍ରାୟ ୬୫୦ କିମି ଦୂରକୁ ନେଇ ଯାଇଥିଲେ। ପରେ ତାଙ୍କ ବେକକୁ କାଟି ଦେଇଥିଲେ। ମାତ୍ର ଏଥିରେ ଜସମିନଙ୍କର ମୃତ୍ୟୁ ହୋଇ ନଥିଲା। ଜସମିନ ଜୀବିତ ଥିବାବେଳେ ତାଙ୍କୁ ତାରିକଜୋତ ଗାତଖୋଳି ପୋତି ଦେଇଥିଲା। ତାରିକଜୋତ ଉପରେ ସର୍ବୋଚ୍ଚ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଘୋଷଣା ସମୟରେ ଜସମିନଙ୍କ ମା’ ଅଦାଲତରେ ଉପସ୍ଥିତ ଥିଲେ।
Comments are closed.