www.samajalive.in
Saturday, December 6, 2025
16.1 C
Bhubaneswar

ସମୁଦ୍ରରେ ଜାହାଜ ଅପହରଣ ଉଦ୍ୟମ ପଣ୍ଡ: ୨୩ ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ୧୨ଘଣ୍ଟାର ଅପରେସନ ପରେ ଭାରତୀୟ ନୌସେନାକୁ ମିଳିଛି ବଡ ସଫଳତା। ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଇରାନର ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନା। ଏହାସହିତ ୨୩ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାର୍ଚ୍ଚ ୨୮ତାରିଖରେ ଆରବ ସାଗରରେ ଇରାନର ଫିସିଂ ଭେସଲରେ ୨୩ ପାକିସ୍ତାନୀ ନାଗରିକଙ୍କୁ ସୋମାଲିଆ ଲୁଟେରା ଅପହରଣ କରି ନେଇଥିଲେ। ୨୯ ତାରିଖରେ ଭାରତୀୟ ନୌସେନାକୁ ଖବର ମିଳିବା ପରେ ଜାହାଜ ଠାବ କରିବା ସହ ନାଗରିକଙ୍କୁ ଉଦ୍ଧାର କରିବାକୁ ଅପରେସନ ଆରମ୍ଭ କରିଥିଲା ଭାରତୀୟ ନୌସେନା। ୧୨ଘଣ୍ଟାର ଅପରେସନରେ ଆଇଏନଏସ ସୁମେଧା ସାହାଯ୍ୟରେ ସମୂଦ୍ର ଭିତରେ ଅଲ କମ୍ବର ୭୮୬କୁ ଠାବ କରାଯାଇଥିଲା। ଏହି ଅପରେସନରେ ଆଇଏନଏସ ତ୍ରିଶୂଳ ମଧ୍ୟ ସାମିଲ ହୋଇଥିଲା। ଜାହାଜକୁ ଚାରିପଟୁ ଘେରିଯିବା ପରେ ଲୁଟେରାମାନେ ଖସିଯିବାର ବାଟ ନପାଇ ବାଧ୍ୟ ହୋଇ ଭାରତୀୟ ନୌସେନା ଆଗରେ ଆତ୍ମସମର୍ପଣ କରିଥିଲେ। ଜାହାଜରୁ ୨୩ଜଣ ପାକିସ୍ତାନ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି। ଗତ କିଛି ମାସ ହେଲା ସମୁଦ୍ରରେ ସୋମାଲି ଜଳଦସ୍ୟୁଙ୍କ ଆତଙ୍କ ବଢିବାରେ ଲାଗିଛି। କିନ୍ତୁ ଭାରତୀୟ ନୌସେନାର ପରାକ୍ରମ ଆଗରେ ଆତ୍ମସମର୍ପଣ କରିଛନ୍ତି ଜଳଦସ୍ୟୁ।

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories