www.samajalive.in
Saturday, December 6, 2025
23.1 C
Bhubaneswar

ଚୀନ ପାଇଁ ଶିରପୀଡ଼ା: ଦକ୍ଷିଣ ଚୀନ ସାଗରରେ ଭାରତୀୟ ଓ ଆମେରିକୀୟ ଯୁଦ୍ଧପୋତ

ନୂଆଦିଲ୍ଲୀ: ପୂର୍ବ ଲାଦାଖର ଗଲୱାନ ଘାଟିରେ ଜୁନ୍ ୧୫ ତାରିଖରେ ଚୀନ ସହ ହିଂସ୍ର ଲଢ଼େଇ ପରେ ଭାରତ ଅତ୍ୟନ୍ତ ଗୋପନରେ ଆରମ୍ଭ କରିଛି ନିଜ ଅଭିଯାନ । ଚୀନ ଦାବି କରୁଥିବା ଦକ୍ଷିଣ ଚୀନ ସାଗରରେ ଭାରତୀୟ ନୌସେନାର ଅଗ୍ରଣୀ ଯୁଦ୍ଧପୋତ ପହଞ୍ଚି ସାରିଛି ।  ଭାରତୀୟ ନୌସେନା ଏପରି ସତର୍କତାର ସହ ଏପରି ପଦକ୍ଷେପ ନେଇଛି ଯେ ଅନ୍ୟ ଦେଶ ତ ଅଲଗା କଥା, ଚୀନ ମଧ୍ୟ ଏହାର ସୁରାଗ ପାଇନାହିଁ । ଯେତେବେଳେ ଚୀନ ଏହି ସୂଚନା ପାଇଲା ସେତେବେଳେ ଏହାକୁ ନେି ଆପତ୍ତି ଉଠାଇଛି । ଦକ୍ଷିଣ ଚୀନ ସାଗର ଉପରେ ଚୀନ ସର୍ବଦା ନିଜର ଆଧିପତ୍ୟ ଜାହିର କରୁଥିଲେ ହେଁ ବିଶ୍ବ ସମୁଦାୟ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ ।
୨୦୦୯ ମସିହାରୁ ଦକ୍ଷିଣ ଚୀନ ସାଗରରେ ଚୀନ କୃତ୍ରିମ ଦ୍ବୀପ ନିର୍ମାଣ କରି ସେଠାରେ ନିଜର ସେନା ମୁତୟନ କରିଛି । ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗଲୱାନ ସଂଘର୍ଷରେ ଭାରତର ୨୦ ସେନା ମୃତ୍ୟୁ ପରେ ଭାରତୀୟ ନୌସେନା ତୁରନ୍ତ ନିଜର ଏକ ଯୁଦ୍ଧପୋତ ଦକ୍ଷିଣ ଚୀନ ସାଗରରେ ମୁତୟନ କରିଛି । ଯେଉଁଠି ଚୀନର ପିପୁଲ୍ସ ଲିବରେସନ ଆର୍ମୀର ନୌସେନା ନିଜର ଅଧିକାର ସାବ୍ୟସ୍ତ କରି ଆସୁଥିଲେ ଓ ଅନ୍ୟ କୌଣସି ଦେଶର ନୌସେନା ବା ଯୁଦ୍ଧଜାହାଜର ଉପସ୍ଥିତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ ସେଠାରେ ଚୀନର ଏକ ଅଗ୍ରଣୀ ଓ ଅତ୍ୟାଧୁନିକ ଯୁଦ୍ଧପୋତ ଡ଼େରାପକାଇଛି । ଏବେ ଚୀନ ଏହାକୁ ନେଇ ଆପତ୍ତି ଉଠାଇଛି ।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ନୌସେନାର ଯୁଦ୍ଧପୋତ ମୁତୟନ ଚୀନକୁ ବିଚଳିତ କରିଛି ଏବଂ ଏହାପରେ ଚୀନ କଥାବାର୍ତା ପାଇଁ ଆଗ୍ରହ ପ୍ରକାଶ କରିଛି । ରାଜନୈତିକସ୍ତରରେ ଭାରତ ସହ ଆଲୋଚନା କାଳରେ ଚୀନ ଏହି ପ୍ରସଙ୍ଗ ଉଠାଇ ଦକ୍ଷିଣ ଚୀନ ସାଗରରେ ଭାରତୀୟ ଯୁଦ୍ଧପୋତର ଉପସ୍ଥିତିକୁ ନେଇ ଆପତ୍ତି ଉଠାଇଛି । ଇତିମଧ୍ୟରେ ଦକ୍ଷିଣ ଚୀନ ସାଗରରେ ଆମେରିକା ନୌସେନା ମଧ୍ୟ ନିଜର ଡ଼େରା ଜମାଇଛି । ଆମେରିକା ନୌସେନାର ବିଧ୍ବଂସକ ଫ୍ରିଜେଟ୍ ଯୁଦ୍ଧ ଜାହାଜ ମୁତୟନ ସହ ଭାରତୀୟ ଯୁଦ୍ଧପୋତ ସହ ନିୟମିତ ବାର୍ତା ବିନିମୟ କରୁଛି । ଭାରତୀୟ ଯୁଦ୍ଧପୋତ ନିମନ୍ତେ କୌଣସି ବିପଦ ଆସିଲେ ଆମେରିକା ଯୁଦ୍ଧପୋତ ତୁରନ୍ତ ସହାୟତା ଦେବା ନିମନ୍ତେ ମଧ୍ୟ ପ୍ରତିଶ୍ରୁତି ଦେଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories