www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ସମୟରେ ଗରିବ ଓ ଅସହାୟଙ୍କ ପାଇଁ ବରଦାନ ସଦୃଶ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା : ଧର୍ମେନ୍ଦ୍ର ପ୍ରଧାନ

 କରୋନାର ମୁକାବିଲା ପାଇଁ ସମାଜର ସବୁ ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାୟତା
 ପ୍ରଧାନମନ୍ତ୍ରୀଙ୍କ “କେହି ଭୋକିଲାରେ ନରୁହନ୍ତୁ” ଆହ୍ୱାନକୁ ସୁନିଶ୍ଚିତ କରିଛି ଗରିବ କଲ୍ୟାଣ ଅନ୍ନ ଯୋଜନା
 ଏହି ଯୋଜନାରେ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ହେବେ ଉପକୃତ
 ୮ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଗରିବଙ୍କ ଆର୍ଥିକ ବୋଝକୁ ଲାଘବ କରିଛି
 ଜନଧନ ଯୋଜନା ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦.୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍‍
 ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ
 ବର୍ତ୍ତମାନ ସୁଦ୍ଧା ରୋଜଗାର ଅଭିଯାନରେ ୧୬,୭୬୮ କୋଟି ଖର୍ଚ୍ଚ ଏବଂ ୨୧ କୋଟି ଶ୍ରମ ଦିବସର
ନିଯୁକ୍ତି ସୃଷ୍ଟି
 ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାର ଲାଭ ପାଇବାରେ ଶୀର୍ଷ ୧୦ଟି ରାଜ୍ୟରେ ଓଡ଼ିଶା
 ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛି ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା
 କୃଷି କ୍ଷେତ୍ରରେ ସଂସ୍କାର ଅନ୍ନଦାତାଙ୍କ ସାମଗ୍ରିକ କଲ୍ୟାଣ ଏବଂ ଉନ୍ନତି କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀର ଆହ୍ୱାନମୂଳକ ସମୟରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ କୋଭିଡ-୧୯ ଦ୍ୱାରା ଆର୍ଥିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆର୍ଥିକ ସହାୟତା ସ୍ୱରୂପ ସିଧାସଳଖ ବ୍ୟାଙ୍କ୍‍ ଆକାଉଂଟକୁ ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ଗରିବ କଲ୍ୟାଣ ଯୋଜନା ଗାଁ, ଗରିବ, ଚାଷୀ, ଶ୍ରମିକଙ୍କ ଅସୁବିଧାକୁ ଦୂର କରିବା ସହ ସମସ୍ତଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

- Advertisement -

କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକମାନେ ଯେପରି କୋଭିଡ଼-୧୯ ଆହ୍ୱାନର ମୁକାବିଲା କରିପାରିବେ ସେଥିପାଇଁ ମୋଦି ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଏହାକୁ ସୁନିଶ୍ଚିତ କରିଛି। ଏହି ଯୋଜନାରେ ମାଗଣା ଖାଦ୍ୟାନ୍ନ ଓ ସାମଗ୍ରୀ ଯୋଗାଣର ଅବଧି ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ହେବା ଦ୍ୱାରା ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। ସେହିପରି ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୮ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଗରିବ ଲୋକଙ୍କ ଆର୍ଥିକ ବୋଝକୁ ଲାଘବ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧୨ କୋଟିରୁ ଉର୍ଦ୍ଧ୍ୱ ମାଗଣା ଏଲପିଜି ସିଲିଣ୍ଡର ଗରିବ ପରିବାରଙ୍କୁ ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦.୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍‍ କରାଯାଇଛି। ୮.୫ କୋଟି ଚାଷୀ ଏବଂ ୩ କୋଟି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରୋନା ସମୟରେ ଥିବା କଷ୍ଟରୁ ଉଦ୍ଧାର କରିଛି। ମନରେଗା ଅଧୀନରେ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ପାରିଶ୍ରମିକ ବୃଦ୍ଧି ଶ୍ରମିକଙ୍କୁ ବାର୍ଷିକ ଅତିରିକ୍ତ ୨ ହଜାର ଟଙ୍କା ପ୍ରଦାନ କରିବ ଏବଂ ଏହାଦ୍ୱାରା ୧୩.୬୨ କୋଟି ପରିବାର ଲାଭବାନ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ଗଠିତ କଲ୍ୟାଣ ପାଣ୍ଠି ଦ୍ୱାରା ୩.୫ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକ ଲାଭ ପାଇବେ। ଶ୍ରୀ ପ୍ରଧାନ କହିଛନ୍ତି ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ୫୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରାଯାଇଛି।

ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ୧୨୫ ଦିନର ଅଭିଯାନ ଉପରେ ଗୁରୁତ୍ୱ ଦିଅ।।ଯାଇ କାର୍ଯ୍ୟାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରୋଜଗାର ଅଭିଯାନରେ ୧୬,୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ୨୧ କୋଟି ଶ୍ରମ ଦିବସର ନିଯୁକ୍ତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛି। ୨୦୨୦ ଜୁଲାଇରେ ଶୁଭାରମ୍ଭ ହେବା ପର ଠାରୁ ଏହି ଯୋଜନାରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀଙ୍କ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories