www.samajalive.in
Saturday, December 6, 2025
19.1 C
Bhubaneswar

ଇମ୍ରାନ ଖାଁଙ୍କୁ ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପାଲଟା ଜବାବ- ଅନ୍ୟ ଇସାରାରେ ଆପଣ କାମ କରୁଛନ୍ତି, ଆମେ ନୁହେଁ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଦେଇଛନ୍ତି କଡ଼ା ଜବାବ । ଇମ୍ରାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣ ଅନ୍ୟମାନଙ୍କ ଇସାରାରେ କାମ କରୁଛନ୍ତି, ମାତ୍ର ଆମେ କାହା ଇସାରାରେ କାମ କରୁନାହୁଁ ।  ନିକଟରେ ଏକ ସାକ୍ଷାତକାରରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ଦେଶର ଭବିଷ୍ୟତ ଚୀନ ସହ ଜଡ଼ିତ ବୋଲି ବର୍ଣ୍ଣନା କରିବା ସହ ପଶ୍ଚିମ ଦେଶଗୁଡ଼ିକ ଚୀନକୁ ରୋକିବା ପାଇଁ ଭାରତକୁ ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଏହାର ଜବାବରେ ଏସ.ଜୟଶଙ୍କର ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କୁ କଠୋର ଶବ୍ଦରେ ସମାଲୋଚନା କରିବା ସହ ଭାରତ କେବେ କାହା ଇସାରାରେ କାମ କରେନାହିଁ, କିନ୍ତୁ ଆପଣ ଅନ୍ୟମାନଙ୍କ ଇସାରାରେ ନାଚୁଛନ୍ତି ବୋଲି କହିଛନ୍ତି ।
ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ବିଦେଶମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି ପାକିସ୍ଥାନକୁ ଏ ସମ୍ପର୍କରେ ଗଭୀର ଭାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଭାରତ ଭିନ୍ନ ପ୍ରକାରର ସାଂସ୍କୃତିକ ଦେଶ ଓ ଆମର ଇତିହାସ ଦେଖନ୍ତୁ ତାହା ସ୍ପଷ୍ଟ ହୋଇଯିବ । ଯେହେତୁ ଆମେ ଦୁଇ ଶତାବ୍ଦୀ ଧରି ବହୁତ ସମସ୍ୟାର ସମ୍ମୁଖୀନ ହୋଇଛୁ, ତେଣୁ ଆମେ ଆମର ସ୍ବାଧୀନତାର ବହୁତ ସମ୍ମାନ କରିଥାଉ । କିଛି ଲୋକଙ୍କୁ ଲାଗିଥାଏ ସେମାନେ କିଛି ଭୁଲ କରୁଛନ୍ତି ତ ଆମେ ମଧ୍ୟ ସେପରି ଭୁଲ କରିବୁ । ମାତ୍ର ଏହା ସମ୍ଭବ ନୁହେଁ । ଭାରତର ଦୃଷ୍ଟିକୋଣ ନିଜସ୍ବ । ଭାରତ ନିଜ ସ୍ବାର୍ଥକୁ ଠିକ୍ ଚିହ୍ନିଛି, ତେଣୁ କାହାକୁ ବିରୋଧୀ କହି ନକରାତ୍ମକ ଚିତ୍ର ପ୍ରଦର୍ଶନ କରିନାହିଁ କିମ୍ବା କରିବ ନାହିଁ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories