www.samajalive.in
Friday, December 12, 2025
27.1 C
Bhubaneswar

ତ୍ରିରଙ୍ଗା ରଙ୍ଗରେ ରଙ୍ଗିଲା ମେଟରହର୍ଣ୍ଣ ପର୍ବତ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଭାରତ ପ୍ରସ୍ତୁତିକୁ ପ୍ରଶଂସା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସମେତ ବିଶ୍ୱର ବହୁ ଦେଶ ପ୍ରଶଂସା କରିଥିବାବେଳେ ଏବେ ଏହି ଧାରାରେ ସାମିଲ ହୋଇଛି ସ୍ୱିଜରଲାଣ୍ଡ। ଭାରତକୁ ପ୍ରଶଂସା କରିବାର ଏକ ଅଭିନବ ଉପାୟ ଅବଲମ୍ବନ କରିଛି ଏହି ଦେଶ। ଭାରତର ସମ୍ମାନରେ ସ୍ୱିଜରଲାଣ୍ଡ ଓ ଇଟାଲୀ ସୀମା ମଝିରେ ଅବସ୍ଥିତ ସ୍ୱିସ ଆଲପ୍ସର ମେଟରହର୍ଣ୍ଣ ପର୍ବତକୁ ଏହା ଲେଜର ଲାଇଟ ଦ୍ୱାରା ଭାରତୀୟ ରାଷ୍ଟ୍ରୀୟ ଧ୍ୱଜା ତ୍ରିରଙ୍ଗାର ରଙ୍ଗରେ ରଙ୍ଗାୟିତ କରିଛି। ପ୍ରାୟ ୪ କିଲୋମିଟର ଦୂର ଯାଏଁ ଉଦ୍ଭାସିତ ହୋଇଛି ତ୍ରିରଙ୍ଗାର ରଙ୍ଗ। ସ୍ୱିଇଜରଲାଣ୍ଡରେ ନିଯୁକ୍ତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୃଶ୍ୟର ଫଟୋଚିତ୍ର ଟ୍ୱିଟ କରାଯାଇଛି। ଭାରତ ଏହି ଘଡିସନ୍ଧି ସମୟରେ ବିଶ୍ୱର ସୁପରପାୱାର କୁହାଯାଉଥିବା ଆମେରିକା ସମେତ ବହୁ ରାଷ୍ଟ୍ରକୁ ସହାୟତାର ହାତ ବଢାଇଥିବାରୁ ମଧ୍ୟ ଏହାକୁ ପ୍ରଶଂସା କରାଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫଟୋଚିତ୍ରଟିକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ବିଶ୍ୱ କୋଭିଡ-୧୯ ବିରୋଧରେ ଏକଜୁଟ ହୋଇ ଲଢୁଛି। ମହାମାରୀ ଉପରେ ମାନବିକତାର ବିଜୟ ନିଶ୍ଚିତ ଭାବେ ହେବ ବୋଲି ସେ ଦୃଢ ଆଶା ବ୍ୟକ୍ତ କରିଛନ୍ତି। ସ୍ୱିଜରଲାଣ୍ଡର ବିଶିଷ୍ଟ ଆଲୋକ ସଜ୍ଜା କଳାକାର ଗେରୀ ହୋଫଷ୍ଟେଟ୍ଟର ୧୪,୬୯୦ ଫୁଟ ଉଚ୍ଚ ଏହି ପର୍ବତକୁ ଭାରତୀୟ ରାଷ୍ଟ୍ରୀୟ ଧ୍ୱଜାର ରଙ୍ଗରେ ସଜ୍ଜିତ କରିଛନ୍ତି। ଯାହାକି ମହାମାରୀ ସମୟରେ ବିଶ୍ୱବାସୀଙ୍କୁ ଆଶାର ଆଲୋକ ପ୍ରଦାନ କରୁଛି। ମାର୍ଚ୍ଚ ୨୪ରୁ ଏହି ପର୍ବତରେ ଆଲୋକ ସଜ୍ଜା ଦେଖିବାକୁ ମିଳୁଥିବା ବେଳେ ଏଥିରେ ଆଶା, ଦୃଢତା ଏବଂ ଘରେ ରୁହ ଭଳି ଶବ୍ଦ ପର୍ବତଚୂଡାରେ ଦୃଶ୍ୟମାନ ହୋଇଛି। ଏକ ଶ୍ୱେତ ପ୍ରଚ୍ଛଦପଟରେ ଲାଲ ହୃଦୟ ଚିହ୍ନ ରହିଥିବା ବେଳେ ଯାହାକି ସ୍ୱିଜରଲାଣ୍ଡର ଜାତୀୟ ରଙ୍ଗ। ଏହା ପୂର୍ବରୁ ବୁଧବାର ରାତିରେ ଏଠାରେ ସ୍ୱିଜରଲାଣ୍ଡ, ଆମେରିକା, ବ୍ରିଟେନ, ଇଟାଲି ଏବଂ ସ୍ୱିସ ଅଞ୍ଚଳ ଟିସିନୋର ଧ୍ୱଜାର ରଙ୍ଗ ମଧ୍ୟ ଦେଖିବାକୁ ମିଳିଥିଲା। ହୋଫଷ୍ଟେଟ୍ଟର କହିଛନ୍ତି ୨/୩/୪ ହଜାର ବର୍ଷ ପୂର୍ବକୁ ଫେରିଗଲେ ଜଣାପଡେ ଯେ ସେତେବେଳେ ଏଭଳି ମହାମାରୀ ସମୟରେ କେବଳ କଳା ହିଁ ଲୋକଙ୍କୁ ଏକଜୁଟ କରି ଭବିଷ୍ୟତ ନିମନ୍ତେ ମନରେ ଆଶାର ଆଲୋକ ଭରି ଦେଉଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories