www.samajalive.in
Sunday, December 7, 2025
26.1 C
Bhubaneswar

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ଭାରତୀୟ ସାମ୍ୱାଦିକ ମୃତ

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ ଥିବା ଏକ ଆପାର୍ଟମେଣ୍ଟରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ୱାଦିକଙ୍କର ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଉଛି। ମୃତ ସାମ୍ବାଦିକଙ୍କ ନାଁ ଫାଜିଲ୍ ଖାନ୍ ବୋଲି ଜଣାପଡିଛି। ଫାଜିଲ୍‌ଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଉଛି। ଖୁବ୍ ଶୀଘ୍ର ତାଙ୍କ ମୃତ ଶରୀରକୁ ଭାରତକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ମୃତ ଫାଜିଲ୍ ଖାନ୍ କଲମ୍ୱିଆ ଜର୍ଣ୍ଣାଲିଜିମ୍ ସ୍କୁଲର ପୂର୍ବତନ ଛାତ୍ର ଥିଲେ। ସେ ହେଚିଙ୍ଗର ଏକ ଖବରକାଗଜରେ କାମ କରୁଥିଲେ ।୨୦୧୮ ମସିହାରେ ସେ ବିଜନେସ୍ ଷ୍ଟାଣ୍ଡାର୍ଡରେ କପିଡିଟର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କଲମ୍ୱିଆ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୨୦ରେ ନ୍ୟୁୟର୍କ ଯିବା ପୂର୍ବରୁ ଦିଲ୍ଲୀର ସିଏନ୍ଏନ୍ ନ୍ୟୁଜ୍ ୧୮ରେ ସାମ୍ୱାଦଦାତା ଭାବରେ କାମ କରିଥିଲେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories