ସିଙ୍ଗାପୁରରେ ମହିଳାଙ୍କୁ ଅସଦାଚରଣ କରି ଭାରତୀୟ ଡାକ୍ତର ଗିରଫ

0

ସିଙ୍ଗାପୁର : ସିଙ୍ଗାପୁରକୁ ଏକ ସୁଇମିଂ ପୁଲରେ ୪ ଜଣଙ୍କ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଭାରତୀୟ ଡାକ୍ତରଙ୍କୁ ଗିରଫ କରାଯାଇଛି। ତାଙ୍କୁ ସିଙ୍ଗାପୁର ଅଦାଲତ ଦୁଇ ସପ୍ତାହ ଜେଲ ଦଣ୍ଡ ଶୁଣାଇଛନ୍ତି। ସୂଚନା ଅନୁସାରେ ଜଗଦୀପ ସିଂହ ଅରୋଡ଼ା ନାମକ ଜଣେ ଭାରତୀୟ ଡାକ୍ତର ସପରିବାରେ ସିଙ୍ଗାପୁରକୁ ଛୁଟି କାଟିବାକୁ ଯାଇଥିଲେ। ମାରିନା ବେ ସାଣ୍ଡସ୍‍ ହୋଟେଲ କମ୍ପଲେକ୍ସର ଏକ ସୁଇମିଂ ପୁଲରେ ୪ ଜଣ ମହିଳାଙ୍କ ସହ ଅସାଦଚରଣ କରିବା ଅଭିଯୋଗରେ ଗୁରୁବାର ତାଙ୍କୁ ଜେଲ ଦଣ୍ଡ ହୋଇଛି। ଅରୋଡ଼ା ସୁଇମିଂ ପୁଲରେ ଥିବା ମହିଳାଙ୍କୁ ପାଣିଭିତରେ ପଶି ଛୁଇଁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ ମଦ ନିଶାରେ ଆରୋଡ଼ା ଏପରି କରିଥିଲେ ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଥିଲେ। ନିଜ ପତ୍ନୀ ଏବଂ ଝିଅଙ୍କ ଉପସ୍ଥିତିରେ ଡାକ୍ତର ଆରୋଡା ଏପରି କାଣ୍ଡ ଘଟାଇଥିଲେ।

Leave A Reply