www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନରେ ଭାରତୀୟ କୁଟନୀତିଜ୍ଞଙ୍କୁ ନିର୍ଯାତନା

ଇସଲାମାବାଦ: ପାକିସ୍ତାନରେ ପୁଣି ଜଣେ ଭାରତୀୟ କୁଟନୀତିଜ୍ଞ ନିର୍ଯାତନାର ଶିକାର ହୋଇଛନ୍ତି। ଇସଲାମାବାଦରେ ଅବସ୍ଥାପିତ ଭାରତୀୟ କୁଟନୀତିଜ୍ଞ ଅଜୟ ବିସାରିଆଙ୍କୁ ଏକ ଇଫତାର ପାର୍ଟିରେ ପାକିସ୍ତାନୀ ସୁରକ୍ଷା କର୍ମୀମାନେ ନିର୍ଯାତନା ଦେଇଛନ୍ତି। ସୁରକ୍ଷା କର୍ମୀମାନେ ତାଙ୍କୁ ଟଣାଓଟରା ଏବଂ ଠେଲାପେଲା କରିଛନ୍ତି।

ଇସଲାମାବାଦର ସେରେନା ହୋଟେଲରେ ଇଣ୍ଡିଆନ ମିଶନ ପକ୍ଷରୁ ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇଥିବା ଭାରତୀୟ କୁଟନୀତିଜ୍ଞ ଅଜୟ ବିସାରିଆଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ସୁରକ୍ଷା କର୍ମୀମାନେ ଯାଞ୍ଚ ଆଳରେ ଦୁର୍ବ୍ୟବହାର କରିଛନ୍ତି। ସେମାନଙ୍କୁ ହଇରାଣ କରାଯିବା ଏବଂ ନିର୍ଯାତନା ଦିଆଯିବା ସମ୍ପର୍କରେ ଅଜୟ ବିସାରିଆ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡ଼ା ଯାଞ୍ଚ କରାଯିବା ଫଳରେ ଅନେକ ଅତିଥି ହୋଟେଲ ଭିତରକୁ ଯାଇପାରି ନ ଥିଲେ କି ପାର୍ଟିରେ ଯୋଗଦେଇ ପାରି ନ ଥିଲେ। ତେଣୁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି ବୋଲି ବିସାରିଆ କହିଛନ୍ତି।

- Advertisement -

ତେବେ ଏହି ଘଟଣା ପ୍ରଥମ ନୁହେଁ। ଗତବର୍ଷ ଡିସେମ୍ବରରେ ମଧ୍ୟ ପାକିସ୍ତାନରେ ଅବସ୍ଥାପିତ କୁଟନୀତିଜ୍ଞଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ପାକିସ୍ତାନୀ ଅଧିକାରୀମାନେ ଭାରତୀୟ ଅଧିକାରୀଙ୍କୁ ଗ୍ୟାସ୍‌ ସଂଯୋଗ ଦେବାରେ ବିଳମ୍ବି କରିବା ସହ ସେମାନଙ୍କୁ ଇଣ୍ଟରନେଟ୍‌ ସଂଯୋଗ ମଧ୍ୟ ବ୍ଲକ କରିଦେଇଥିଲେ। ଏହାବ୍ୟତୀତ ଭାରତୀୟ କୁଟନୀତିଜ୍ଞମାନଙ୍କୁ ଭେଟିବାକୁ ଯାଉଥିବା ଅତିଥିମାନଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ନାନା ପ୍ରଶ୍ନ ପଚରାଯାଇ ହଇରାଣ କରାଯାଇଛି।

ଗତବର୍ଷ ନଭେମ୍ବରରେ ମଧ୍ୟ ଆଉ ଏକ ଘଟଣା ନଜରକୁ ଆସିଥିଲା। ଗୁରୁଦ୍ବାରା ନାନକ ସାହିବ ଏବଂ ଗୁରୁତ୍ଵାରା ସଚା ସୌଦାଠାରେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭେଟିବା ଲାଗି  ଜଣେ ଭାରତୀୟ କୁଟନୀତିଜ୍ଞଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଥିଲେ ହେଁ ସୁରକ୍ଷା ସଂସ୍ଥା ପକ୍ଷରୁ ତାଙ୍କୁ ବାରଣ କରାଯିବା ସହ ହଇରାଣ ହରକତ କରାଯାଇଥିଲା। ଏହା ପୂର୍ବରୁ ଏପ୍ରିଲ ଏବଂ ଜୁନରେ ବିସାରିଆ ଓ ଅନ୍ୟ ଦୂତାବାସ ଅଧିକାରୀମାନଙ୍କୁ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଭେଟିବା ଲାଗି ଗୁରୁଦ୍ବାରା ପଞ୍ଜାବ ସାହିବକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories