www.samajalive.in
Sunday, December 14, 2025
18.1 C
Bhubaneswar

ପ୍ରବାସୀ ଭାରତୀୟ ହେଉଛନ୍ତି ଆମର ସାମର୍ଥ୍ୟ: ପ୍ରଧାନମନ୍ତ୍ରୀ ମୋଦି

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆମେରିକା ଗସ୍ତରେ ଆସି ଗୁରୁବାର ଏଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମିଳିତ ବାୟୁସେନା ଘାଟି ଆଣ୍ଡ୍ରିୟୁଜରେ ଭାରତୀୟ ଦୂତାବାସର ଅଧିକାରୀ ଏବଂ ଆମେରିକୀୟ ଅଧିକାରୀଗଣ ଭବ୍ୟ ସ୍ୱାଗତ କରିଥିଲେ। ମୋଦିଙ୍କର ଚଳିତ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ଗସ୍ତ ଅବସରରେ ସେ ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆତଙ୍କବାଦ ଦମନ ତାଙ୍କ ଗସ୍ତ, ଆମେରିକା ସହିତ ପ୍ରତିରକ୍ଷା ଓ ବାଣିଜ୍ୟିକ ସହଯୋଗକୁ ଅଧିକ ନିବିଡ କରିବା ଏବଂ କୋଭିଡ ଆଦି ପ୍ରସଙ୍ଗ ତାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟସ୍ଥାନ ନେବ। ମୋଦି ବିମାନ ବନ୍ଦର ବାହାରକୁ ଆସିବାମାତ୍ରେ ବାହାର ଅପେକ୍ଷା କରିଥିବା ପ୍ରବାସୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବର୍ଷାରେ ଓଦା ହୋଇ ମଧ୍ୟ ଲୋକମାନେ ବିମାନ ବନ୍ଦର ବାହାରେ ମୋଦିଙ୍କୁ ଦେଖିବାକୁ ଅପେକ୍ଷା କରିଥିଲେ। ତାହାର ଜବାବରେ ମୋଦି କହିଥିଲେ, ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଏଭଳି ସ୍ୱାଗତ ସମ୍ବର୍ଦ୍ଧନା ତାଙ୍କୁ ଅଭିଭୁତ କରିଛି। ଭାରତର ପ୍ରବାସୀ ନାଗରିକମାନେ ହେଉଛନ୍ତି ଦେଶର ସାମର୍ଥ୍ୟ। ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟମାନେ କିଭଳି ନିଜପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ଏହା ଦୁଇନେତାଙ୍କ ମଧ୍ୟରେ ପ୍ରଥମ ସାମନା ସାମନି ସାକ୍ଷାତ ହେବ। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି ଯେ ଦୁଇନେତା ଆଫଗାନିସ୍ତାନ ଘଟଣାକ୍ରମ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ନିରାପତ୍ତା ପରିସ୍ଥିତି, ମୌଳବାଦ ଓ ଆତଙ୍କବାଦର ବିଲୋପ, ସୀମାପାର ଆତଙ୍କବାଦ ଏବଂ ବିଶ୍ୱସ୍ତରରେ ରହିଥିବା ଆତଙ୍କି ନେଟୱର୍କ ଧ୍ୱଂସ କରିବା ଆଦି ସର୍ମ୍ପର୍କରେ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ କ୍ୱାଡ ବୈଠକ ଅବସରରେ ସାକ୍ଷାତ କରିବେ। ଏହା ପୂର୍ବରୁ ବାଇଡେନ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ ନିରାପତ୍ତା ଠାରୁ ନେଇ ଜଳବାୟୁ ଏବଂ ନବୀନ ପ୍ରଯୁକ୍ତି ଆଦି କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନମୂଳକ ପରିସ୍ଥିତିର ମୁକାବିଲା କରିବା ଏବଂ ଆଞ୍ଚଳିକ ସଂସ୍ଥାଗୁଡିକ ସହିତ ନିୟୋଜିତ ରହିବାକୁ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା (କ୍ୱାଡ ସହଯୋଗିତା) ସେମାନଙ୍କ ପ୍ରୟାସକୁ ବ୍ୟାପକ କରିଛନ୍ତି। ମୋଦି ତାଙ୍କର ଏହି ଗସ୍ତକାଳରେ ବ୍ୟବସାୟ ନେତୃବୃନ୍ଦଙ୍କୁ ସାକ୍ଷାତ କରି ‘ମେକ ଇନ ଇଣ୍ଡିଆ’ ପ୍ରୟାସ ସେମାନଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଜଣାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories