www.samajalive.in
Monday, December 8, 2025
27.1 C
Bhubaneswar

ଇଚ୍ଛାଶକ୍ତି ବଢାଇଛି ଚାଷ, ଅନ୍ୟଙ୍କୁ ଯୋଗାଇଛନ୍ତି ରୋଜଗାର

ଗୁଣପୁର : ଚାଷ କାମ ଯାହାର କି ଆନନ୍ଦ ତାହାର । ଏହାକୁ ଅନୁସରଣ କରି ଚାଲିଛନ୍ତି ଟୁବୁରୁ । ବାପା ଚାଷୀ ହୋଇଥିବାରୁ ସେ ମଧ୍ୟ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରି କରି ନିଜେ ଚାଷୀ ହୋଇଛନ୍ତି । ନିଜର ୫ ଏକର ଜମିରେ ଟୁବୁରୁ ଚାଷ କରୁଛନ୍ତି । ଏଥିସହ ଭାଗରେ ମଧ୍ୟ ଧାନ ଓ କପା ଚାଷ କରୁଛନ୍ତି। ନିଜ ଗାଁ ଶ୍ରମିକମାନେ ହିଁ ଟୁବୁରୁଙ୍କ ଜମିରେ କାମ କରିନ୍ତି । ରାୟଗଡା ଜିଲା ରାମନାଗୁଡା ବ୍ଳକ୍‍ ଖାମ୍ୱାଗୁଡା ଗାଁର ଟୁବୁରୁ ଜଣେ ଅଗ୍ରଣୀ ଚାଷୀ ଭାବେ ବ୍ଳକସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ସକାଳୁ ସକାଳୁ ପରିବା କ୍ଷେତ କାମରେ ଲାଗିଛନ୍ତି। ଆଉ ନିଜ ପରିଶ୍ରମରେ ଫଳାଇଥିବା ପରିବା କ୍ଷେତରୁ ଉପୁଜାଉଛନ୍ତି ପରିବା । ଇଏ ହେଉଛି ଟୁବୁରୁ କରକରିଆଙ୍କ ପରିବା କ୍ଷେତର ଦୃଶ୍ୟ। ଚଳିତବର୍ଷ ବାଇଗଣ ମଧ୍ୟ ଭଲ ଅମଳ ହୋଇଛି। ନିଜ ପରିବାର ସହ ଗାଁ ଲୋକ ମଧ୍ୟ ଏହି ଜମିରେ କାମ କରି ବେଶ ଦୁଇ ପଇସା ଉପାର୍ଜନ କରନ୍ତି। ପିଲା ଦିନରୁ ଚାଷ ପ୍ରତି ଦୁର୍ବଳତା ଥିବା ଓ ଅଳ୍ପ ବିଦ୍ୟା ଯୋଗୁଁ ଚାଷ ପ୍ରତି ମୁହଁଇଲେ ଟୁବୁରୁ। ନିଜେ ବଞ୍ଚିବା ସହ ଅନ୍ୟମାନଙ୍କ ପାଇଁ କର୍ମ ଯୋଗାଇଛନ୍ତି। କେବଳ ବାଇଗଣ ନୁହଁ, ହାସହ ନିଜ ଜମିରେ ମାଛ ବନ୍ଧ, ଇଟା ତିଆରି କରିବା ସହ ଭାଗରେ ଧାନ ଓ କପା ଚାଷ ମଧ୍ୟ କରନ୍ତି। ଚାଷ ପ୍ରତି ତାଙ୍କର ନିଷ୍ଠା ଓ ସଫଳତା ଚାଷ ପ୍ରତି ବିମୁଖ ହେଉଥିବା ଲୋକଙ୍କ ପାଇଁ ପାଲଟିଛି ପ୍ରେରଣା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories