www.samajalive.in
Sunday, December 7, 2025
26.1 C
Bhubaneswar

ଧରା ପଡ଼ିଲେ ମାୟାବିନୀ

ଉତ୍ତର ଭୁବନେଶ୍ୱର : ରାଜଧାନୀରେ ମାୟାବିନୀ ବିଛାଇଛନ୍ତି ମାୟାଜାଲ। ବିଭିନ୍ନ ଆଳ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଓ ଗହଣା। ଏଭଳି ଜଣେ ମାୟାବିନୀ ବୀମା କରାଇବା ବାହାନାରେ ଘରକୁ ଆସି ବନ୍ଧୁତ୍ୱ ସ୍ଥାପନ କରି ନିଶା ଦେଇ ଟଙ୍କା, ସୁନା ଗହଣା ଲୁଟି ନେବା ଘଟଣା ଏବେ ପଦାକୁ ଆସିଛି। ମାୟାବିନୀ ପିଉ ବିଶ୍ବାସଙ୍କୁ କମିସନରେଟ ପୁଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୨୫ହଜାର ଟଙ୍କା ଓ ୪୦ଗ୍ରାମ୍‌ ସୁନା ଗହଣା ଜବତ କରିଛି। ସୂଚନା ଅନୁସାରେ ପିଉ ବୀମା କମ୍ପାନୀ ଏଜେଣ୍ଟ ପରିଚୟ ଦେଇ ସହିଦନଗର ଥାନା ବାଙ୍କୁଆଳ ଅଞ୍ଚଳର ଜୟକୃଷ୍ଣ ଦାସମହାପାତ୍ରଙ୍କୁ ଚୂନ ଲଗାଇ ଫେରାର ହୋଇଯାଇଥିଲେ। ଗତ ୯ ତାରିଖରେ ଜୟକୃଷ୍ଣ ବାଙ୍କୁଆଳସ୍ଥିତ ତାଙ୍କ ବହୁତଳ କୋଠା ଘରେ ଥିଲା ବେଳେ ପିଉ ନିଜକୁ ଏକ ଘରୋଇ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଓ ବୀମା କରୁଥିବା କହିଥିଲେ। ବୀମା କରାଇଦେବା କହି ସେହି ଘରେ ରାତ୍ରିଯାପନ କରିଥିଲେ। କଥାରେ କଥାରେ ବନ୍ଧୁତା ସ୍ଥାପନ କରି ଖାଦ୍ୟରେ ନିଶା ମିଶାଇ ଜୟକୃଷ୍ଣଙ୍କୁ ଅଚେତ କରିଦେଇଥିଲେ। ଜୟକୃଷ୍ଣ ଅଚେତ େହାଇପଡ଼ିଥିବାବେଳେ ମହିଳା ଜଣକ ତାଙ୍କର ସମସ୍ତ ସୁନା ଅଳଙ୍କାର, ଏଟିଏମ୍‌ କାର୍ଡ, ପର୍ସ, ୨୭ହଜାର ଟଙ୍କା ଆଦି ବିଭିନ୍ନ ସାମଗ୍ରୀ ଧରି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଜୟକୃଷ୍ଣ ୧୨ ତାରିଖରେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ବୁଧବାର କମିସନରେଟ ପୁଲିସ ପିଉଙ୍କୁ ପୁରୀ ବଳିଆପଣ୍ଡା ଅଞ୍ଚଳରୁ ଗିରଫ କରିଛି। ତାଙ୍କ ଘର ପଶ୍ଚିମବଙ୍ଗହୋଇଥିବାବେଳେ ସେ ପୁରୀ ବଳିଆପଣ୍ଡାରେ ରହିଆସୁଥିଲେ। ସେ ସମସ୍ତଙ୍କୁ ଅଲଗା ଅଲଗା ପରିଚୟ ଦେଉଥିଲେ। କେତେବେଳେ ବୀମା ଏଜେଣ୍ଟ ତ କେତେବେଳେ କଲେଜ କର୍ମଚାରୀ ଆଉ କେତେବେଳେ ସମାଜସେବୀ ବୋଲି ପରିଚୟ ଦେଇ ଆସୁଥିଲେ। ପୁଲିସ କହିବା ଅନୁସାରେ ସମୟ ସୁବିଧା ଦେଖି ସେ ଧନୀ ଶ୍ରେଣୀର ଯୁବକଙ୍କୁ ଟାର୍ଗେଟ୍‌ କରୁଥିଲେ। ପ୍ରଥମେ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସ୍ଥାପନ କରି ତାଙ୍କ ଘରକୁ ଆସୁଥିଲେ। ଘରେ ଆସି ଖାଦ୍ୟରେ ନିଶା ଦେଇ ଲୁଟ୍‌ପାଟ୍‌ କରି ଖସିଯାଉଥିଲେ। ପିହୁଙ୍କ ନାମରେ ପଶ୍ଚିମବଙ୍ଗ ଅଞ୍ଚଳରେ ଏକାଧିକ ଏପରି ଅଭିଯୋଗ ରହିଥିବା ଏବଂ ସେ ଏକାଧିକ ବାର ଗିରଫ ହୋଇ ଜାମିନରେ ଆସିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ପିଉଙ୍କ ସହ ଆଉ କିଏ ସାମିଲ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କମିସନରେଟ ପୁଲିସ ତାଙ୍କୁ ଜିମାରେ ଆଣିବ ବୋଲି କହିଥିବାବେଳେ ମାସକ ତଳେ ସହିଦନଗର ଥାନା ହାତରେ ଧରାପଡିଥିବା ମହିଳାଙ୍କ ସହିତ ସମ୍ପର୍କ ଅଛିକି ନାହିଁ ତାହା ତଦନ୍ତ କରାଯିବ ବୋଲି ସହକାରୀ ଉପାୟୁକ୍ତ ସଞ୍ଜୀବ ଶତପଥୀ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories