www.samajalive.in
Sunday, December 7, 2025
14.1 C
Bhubaneswar

ଭାରତ ଏବଂ ଚୀନ୍‌ ସେନା ପୁଣି ମୁହାଁମୁହିଁ : ଅନୁପ୍ରବେଶ ଉଦ୍ୟମ ବିଫଳ

ଲଦାଖ : ଭାରତ ଏବଂ ଚୀନ୍‌ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ଗତ ୨ଦିନ ଧରି ରାତିରେ ଲଦ୍ଦାଖର ପ୍ୟାନଗଙ୍ଗ ସୋ ହ୍ରଦ ନିକଟରେ ଉଭୟ ଦେଶର ସେନା ମଧ୍ୟରେ ଏହି ସଂଘର୍ଷ ଘଟିଥିବା ଜଣାପଡିଛି।  ସରକାର କହିଛନ୍ତି ଯେ ଆମ ଯବାନମାନେ ଚୀନ୍ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦେଇଛନ୍ତି।

ଭାରତୀୟ ସେନାର ଲୋକ ସଂପର୍କ ଅଧିକାରୀ କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ଗତ ୨୯ ଓ ୩୦ ତାରିଖ  ରାତିରେ ଚୀନ୍ ସୈନିକମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଯାହାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ପୁଣି ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ଯବାନମାନେ କଡା ମୁକାବିଲା କରି ଚୀନ୍ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦେଇଛନ୍ତି।

- Advertisement -

ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ବେଳେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଯବାନମାନେ ସାମରିକ ଏବଂ କୂଟନୈତିତିକ ଆଲୋଚନାକୁ ଉଲ୍ଲଂଘନ କରି ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିବା କର୍ଣ୍ଣେଲ ଆନନ୍ଦ କହିଛନ୍ତି।

କର୍ଣ୍ଣେଲ ଆନନ୍ଦ କହିଛନ୍ତି, ପ୍ୟାନଗଙ୍ଗ ସୋ ହ୍ରଦର ଦକ୍ଷିଣ କୂଳରେ ପିଏଲଏର ଏହି କାର୍ଯ୍ୟକୁ ଭାରତୀୟ ସେନା ବିଫଳ କରି ଦେଇଛି । ସେନା ଯବାନମାନେ ଏହି କ୍ଷେତ୍ରରେ ଆମ ସ୍ଥିତିକୁ ସୁଦୃଢ କରିଥିଲେ ଏବଂ ସ୍ଥଳଭାଗରେ ସ୍ଥିତିକୁ ବଦଳାଇ ଚୀନ୍‌ର ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇ ନ ଥିଲେ।

ସେ କହିଛନ୍ତି, ‘ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ, କିନ୍ତୁ ନିଜର ଅଖଣ୍ଡତାକୁ ରକ୍ଷା କରିବାକୁ ଦୃଢ ଅଟନ୍ତି । ସୀମା ସମସ୍ୟାର ସମାଧାନ ପାଇଁ ଚୁସୁଲରେ  ବ୍ରିଗେଡ୍ କମାଣ୍ଡର ସ୍ତରର ବୈଠକ ଚାଲୁଛି।  କିନ୍ତୁ ଚୀନ ସେନା ନିଜକୁ ନିୟନ୍ତ୍ରଣରେ ରଖିପାରୁ ନାହାନ୍ତି।

ସୂଚନାଯୋଗ୍ୟ, ଜୁନ୍ ମଧ୍ୟଭାଗରେ ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ସୈନିକ ନିହତ ହୋଇଥିଲେ। କିନ୍ତୁ କେତେ ଜଣ ଚୀନ୍ ସୈନିକ ଏହି ଗୁଳି ବିନିମୟରେ ନିହତ ହୋଇଥିଲେ ଚୀନ ତାହାର ସୂଚନା ପ୍ରଦାନ କରି ନାହିଁ। ତେବେ ଆମେରିକାର ଗୁପ୍ତଚର ରିପୋର୍ଟରେ ଏହି ଘଟଣାରେ ୩୫ ଜଣ ଚୀନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି।

ଗତ ସାଢେ ତିନି ମାସ ଧରି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖଶ(ଏଲଏସି) ସହିତ ଅନେକ ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଫିଙ୍ଗର ୪ ରୁ ୮ ମଧ୍ୟରେ ଥିବା ଅଞ୍ଚଳରୁ ଚୀନ୍ ନିଜର ସୈନ୍ୟ ପ୍ରତ୍ୟାହାର କରିବା ପାଇଁ  ଭାରତ ଗୁରୁତ୍ଵ ଦେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories