www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ୮ମ ଥର ଲାଗି ୟୁଏନଏସସିର ଅସ୍ଥାୟୀ ସଦସ୍ୟ ହେବ ଭାରତ, ପାକିସ୍ତାନର ଚିନ୍ତା ବଢ଼ିଲା

ନ୍ୟୁୟର୍କ: ଭାରତ ବୁଧବାର ୮ମ ଥର ଲାଗି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ଅସ୍ଥାୟୀ ସଦସ୍ୟ ହେବାକୁ ଯାଉଛି। ଅସ୍ଥାୟୀ ସଦସ୍ୟ ଭାବେ ଭାରତର କାର୍ଯ୍ୟକାଳ ୨୦୨୧-୨୨ ପର୍ଯ୍ୟନ୍ତ ରହିବ। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭା ଏହାର ୭୫ତମ ଅଧିବେଶନ ପାଇଁ ଅଧ୍ୟକ୍ଷ, ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଏବଂ ଆର୍ଥିକ ଓ ସାମାଜିକ ପରିଷଦ ସଦସ୍ୟମାନଙ୍କ ଲାଗି ନିର୍ବାଚନ କରିବ।

ଅନ୍ୟପଟେ ପାକିସ୍ତାନ ଏହାକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛି। ପାକିସ୍ତାନ କହିଛି ଯେ, ଏହା ଆମ ପାଇଁ ଖୁସି ନୁହେଁ, ବରଂ ଚିନ୍ତାର ବିଷୟ। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କହିଛନ୍ତି ଯେ, ଭାରତ ୟୁଏନଏସସିର ଅସ୍ଥାୟୀ ସଦସ୍ୟ ହେଲେ ଏହା ପାକିସ୍ତାନ ପାଇଁ ଚିନ୍ତାର ବିଷୟ ହେବ। ଭାରତ ସର୍ବଦା ଏଠାରେ ଉଠାଯାଉଥିବା ପ୍ରସଙ୍ଗଗୁଡ଼ିକୁ ଖାରଜ କରିଦେଉଛି, ବିଶେଷ କରି କାଶ୍ମୀର ପ୍ରସଙ୍ଗକୁ ଭାରତ ଖାରଜ କରିଆସୁଛି। ସୂଚନା ଅନୁସାରେ, କରୋନା ଭୂତାଣୁ ଯୋଗୁ ଲାଗୁ ହୋଇଥିବା କିଛି କଟକଣା ଯୋଗୁ ଜାତିସଂଘ ମୁଖ୍ୟାଳୟରେ ମତଦାନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories