୨୦୨୭ ସୁଦ୍ଧା ଭାରତ ହେବ ତୃତୀୟ ବୃହତ୍ତମ ଅର୍ଥନୀତି

ଡେସ୍କ: ବୈଶ୍ୱିକ ନିବେଶ ପରାମର୍ଶଦାତା ସଂସ୍ଥା ଜେଫରିଜ୍ ଭାରତୀୟ ଅର୍ଥନୀତି ଏବଂ ପୁଞ୍ଜିନିବେଶ ପାଇଁ ଏକ ଆଶାବାଦୀ ଦୃଷ୍ଟିକୋଣ ଆକଳନ କରିଛି। ନ୍ୟୁୟର୍କସ୍ଥିତ ଏହି କମ୍ପାନି କହିଛି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ମୌଳିକ ଢାଞ୍ଚାଗତ ସଂସ୍କାର ହୋଇଛି। ଆଗାମୀ ୪ ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ୨୦୨୭ ସୁଦ୍ଧା ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। କମ୍ପାନିର କହିବା ଅନୁଯାୟୀ, ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତିର ମାନ୍ୟତା ବଜାୟ ରଖିବ। କମ୍ପାନୀ କହିଛି, ୨୦୩୦ ସୁଦ୍ଧା ଭାରତୀୟ ଷ୍ଟକ ବଜାର ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଆମେରିକା, ଚାଇନା, ଜାପାନ ଓ ହଂକଂ ପରେ ଭାରତର ବଜାର ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି।

Comments are closed.