www.samajalive.in
Thursday, December 11, 2025
15.1 C
Bhubaneswar

ବଢ଼ିଲା କାଳିଆ ଅବଧି, ନୂଆ ଓ’ ପାଇଁ ୩୧୫ କୋଟିର ପାଣ୍ଠି

ଡେସ୍କ: ରାଜ୍ୟ କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, କାଳିଆ ସହାୟତା ଅବଧିକୁ ୩ ବର୍ଷ ବୃଦ୍ଧି କରାଯାଇଛି। ୨୦୨୬-୨୭ ବର୍ଷ ଯାଏଁ କାଳିଆ ସହାୟତା ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୬୦୨୯.୭୦ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି। ପୂର୍ବରୁ ଏହି ସହାୟତା ରାଶି ଏପ୍ରିଲ ୧ ଓ ସେପ୍ଟେମ୍ବର ୧ରେ ମିଳୁଥିବା ବେଳେ ଏଣିକି ରାଜ୍ୟ ସରକାର ଯେକୌଣସି ସମୟରେ ଏହି ସହାୟତା ଅର୍ଥ ପ୍ରଦାନ କରିପାରିବେ। ଏହାଛଡା ଭୂମିହୀନ କୃଷକ ପରିବାରକୁ ଅତିରିକ୍ତ ୨ ହଜାର ଟଙ୍କା ସହାୟତା ମିଳିବ।

- Advertisement -

ଅନ୍ୟପକ୍ଷରେ କ୍ୟାବିନେଟରେ ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଜାତୀୟ ଦକ୍ଷତା ତାଲିମ ପାଇଁ ରାଜ୍ୟ ସରକାର ଜଟଣୀ ମଦନପୁରରେ ୭ ଏକରରୁ ଅଧିକ ଜମି ଯୋଗାଇ ଦେବେ। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ପଞ୍ଚାୟତ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ। ପଞ୍ଚାୟତରେ କାର୍ଯ୍ୟରତ ପିଇଓ ଓ ଭିଏଲ୍‌ଡବ୍ଲୁଙ୍କୁ ପଦୋନ୍ନତି ଦିଆଯିବ। ଏଥିଲାଗି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି। ସେହି ଅଧିକାରୀମାନଙ୍କୁ ପ୍ରତି ୫ ଓ ୮ ବର୍ଷ ପରେ ପଦୋନ୍ନତି ଦିଆଯିବ। ସେହିପରି ନୂଆ-ଓ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ୩୧୫ କୋଟିର ପାଣ୍ଠି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ ସିବିଆଇ ଚଢ଼ାଉ

ରାଜ୍ୟ କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ୨୦୧୪ ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ।୧ ହଜାର ୭୮୯ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ଦେବା ପାଇଁ ୨୭.୩୭ କୋଟି ଟଙ୍କା ଖର୍ଚ୍ଚ ହେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories