www.samajalive.in
Monday, December 15, 2025
27.1 C
Bhubaneswar

ମ୍ୟାଁମାର ସଙ୍କଟ ସମାଧାନ ପାଇଁ ଆସିଆନର ପ୍ରୟାସ

ନୂଆଦିଲ୍ଲୀ: ମ୍ୟାଁମାରରେ ସୈନ୍ୟ ବାହିନୀ ଗତ ଫେବ୍ରୁଆରୀରେ ଏକ ସାମରିକ ବିଦ୍ରୋହ ବଳରେ କ୍ଷମତା ଅକ୍ତିଆର କରିବା ପରଠାରୁ ଉକ୍ତ ରାଷ୍ଟ୍ରରେ ବ୍ୟାପକ ଅସ୍ଥିରତା ଦେଖାଦେଇଛି। ସେଠାରେ ଲାଗିରହିଥିବା ସଙ୍କଟର ସମାଧାନ ଦିଗରେ (ଆସୋସିଏସନ ଅଫ ସାଉଥ ଏସିଆନ ନେସନ୍ସ) ଆସିଆନ୍‍ ରାଷ୍ଟ୍ରଗୁଡିକର ଉଦ୍ୟମକୁ ପ୍ରଶଂସା କରିଛି ଭାରତ। ଏ କ୍ଷେତ୍ରରେ ନୂଆଦିଲ୍ଲୀ ଗଠନମୂଳକ ଓ ଅର୍ଥପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ।
ସେ କହିଛନ୍ତି, ଚଳିତ ମାସ ୨୪ ତାରିଖରେ ଆସିଆନ୍‍ ବୈଠକରେ ମ୍ୟାଁମାର ପ୍ରସଙ୍ଗକୁ ନେଇ ରାଷ୍ଟ୍ରଗୁଡିକ ପଦକ୍ଷେପ ନେବାକୁ ଏକ ସହମତିରେ ପହଞ୍ଚିଛନ୍ତି। ଭାରତ ଏହାକୁ ସ୍ୱାଗତ କରୁଛି। ଏହି ପ୍ରୟାସକୁ ଅଧିକ ସୁଦୃଢ କରିବା ଦିଗରେ ନୂଆଦିଲ୍ଲୀ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିବ। ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ୧ ତାରିଖରେ ସେ ଦେଶର ସୈନ୍ୟବାହିନୀ ଶାସନ କ୍ଷମତା ଦଖଲ କରିବା ପରଠାରୁ ସେଠାରେ ଦେଶବ୍ୟାପୀ ସୈନ୍ୟବାହିନୀ ବିରୁଦ୍ଧରେ ବ୍ୟାପକ ବିରୋଧାଭାସ ଚାଲିଛି। ବିରୋଧ କରୁଥିବା ପିଲାଙ୍କ ଠାରୁ ଆରମ୍ଭ କରି ଦେଶର ଶହ ଶହ ଲୋକଙ୍କୁ ସୈନ୍ୟବାହିନୀ ହତ୍ୟା କରିଛି। ମ୍ୟାଁମାର ସଂକ୍ରାନ୍ତରେ ଆସିଆନ୍‍ ରବିବାର ଦିନ ଏକ ପାଞ୍ଚସୂତ୍ରୀ ସହମତି ପତ୍ର ପ୍ରକାଶ କରିଛି। ସେଥିରେ ତୁରନ୍ତ ହିଂସା ବନ୍ଦ କରିବା ଏବଂ ସମସ୍ତ ପକ୍ଷଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା କରାଯାଇ ସଙ୍କଟର ସମାଧାନ ପନ୍ଥା ନିରୂପଣ କରିବାକୁ କୁହାଯାଇଛି। ମ୍ୟାଁମାର ମଧ୍ୟ ଏହି ଦଶ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରସଂଘରେ ସଦସ୍ୟ ରହିଛି।
ଶ୍ରୀ ବାଗଚୀ କହିଛନ୍ତି, ମ୍ୟାଁମାରର ଏକ ବନ୍ଧୁରାଷ୍ଟ୍ର ଭାବରେ ଭାରତ ସେଠାକାର ସାମ୍ପ୍ରତିକ ପରିସ୍ଥିତି ସମାଧାନ ଦିଗରେ ଗଠନମୂଳକ ଏବଂ ଅର୍ଥପୂର୍ଣ୍ଣ ଭୂମିକା ନିଭାଇବ। ସେଠାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭାରତ ସମର୍ଥନ ଜଣାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories