www.samajalive.in
Saturday, December 6, 2025
26.1 C
Bhubaneswar

ବିସ୍ଫୋରଣରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀ ହିଂସା ଘଟାଇଛନ୍ତି। ରବିବାର ରାତିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ରେଳ ଟ୍ରାକକୁ ଉଡ଼ାଇ ଦେଇଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳର ଲୋଟାପହାଡ଼ ନିକଟ ରେଳ ଲାଇନରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଛି। ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। କିନ୍ତୁ ମାଓବାଦୀମାନେ ସେମାନଙ୍କ ଷଡ଼ଯନ୍ତ୍ରରେ ସଫଳ ହୋଇପାରି ନାହାନ୍ତି। କୌଣସି ଟ୍ରେନ ଏହି ଘଟଣାରେ କ୍ଷତିଗ୍ରସ୍ତ ହୋଇନାହାନ୍ତି।

ଘଟଣା ପରେ ଉକ୍ତ ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ହାଓଡ଼ା-ମୁମ୍ବଇ ରେଳପଥରେ ଟ୍ରେନ ଚଳାଚଳ ସମପୂର୍ଣ୍ଣ ଠପ୍‌ ହୋଇଯାଇଛି। ବିସ୍ଫୋରଣ ଯୋଗୁ ଚକ୍ରଧରପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେଶନରେ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି। ସୂଚନାଯୋଗ୍ୟ, ମାଓବାଦୀ ଦମନ ଲାଗି ସରକାରଙ୍କ ପକ୍ଷରୁ ଚାଲିଥିବା ଅପରେଶନ ‘ପ୍ରହାର’କୁ ମାଓବାଦୀମାନେ କଡ଼ା ବିରୋଧ କରୁଛନ୍ତି। ଏହାର ପ୍ରତିବାଦରେ ମାଓବାଦୀ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ପୂର୍ବରୁ ଗତ ରାତିରେ ମାଓବାଦୀମାନେ ଟ୍ରେନ ଲାଇନରେ ମାଇନ୍‌ ବିସ୍ଫୋରଣ ଘଟାଇଛନ୍ତି।

- Advertisement -

ବିସ୍ଫୋରଣ ଖବର ପାଇବା ପରେ ଜିଲା ପୁଲିସ, ଆରପିଏଫ ସହିତ ରେଲୱେ ଅଧିକାରୀମାନେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ଯଥାଶୀଘ୍ର ଟ୍ରାକକୁ ମରାମତି କରି ପୁନର୍ବାର ରେଳ ଚଳାଚଳ ସୁଗମ କରାଇବାକୁ ଉଦ୍ୟମ ଚାଲିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories