www.samajalive.in
Monday, December 15, 2025
26.1 C
Bhubaneswar

ଭାରତର ପ୍ରଥମ ପୁନଃ ବ୍ୟବହାରକ୍ଷମ ରକେଟ୍‌ର ସଫଳ ଉତ୍‌କ୍ଷେପଣ

ସମାଜ ଡିଜିଟାଲ ଡେସ୍କ: ଭାରତର ପ୍ରଥମ ପୁନଃ ବ୍ୟବହାରକ୍ଷମ ହାଇବ୍ରିଡ୍‌ ରକେଟ୍‌ RHUMI-1ର ସଫଳ ଉତ୍‌କ୍ଷେପଣ କରାଯାଇଛି। ଚେନ୍ନାଇର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ସ୍ପେଶ ଜୋନ ଇଣ୍ଡିଆ ଏବଂ ମାର୍ଟିନ ଗ୍ରୁପର ମିଳିତ ଉଦ୍ୟମରେ ଏହି ରକେଟ୍‌ ନିର୍ମାଣ କରାଯାଇଛି। ଏକ ଭ୍ରାମ୍ୟମାଣ ଲଞ୍ଚର ଜରିଆରେ ଚେନ୍ନାଇରେ ଶନିବାର ସକାଳ ପ୍ରାୟ ୭ଟା ୨୫ରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ୩.୫ ମିଟର ଉଚ୍ଚତା ବିଶିଷ୍ଟ ଏହି ହାଇବ୍ରିଡ୍‌ ରକେଟରେ ୫୦ଟି PICO ସାଟେଲାଇଟ୍‌ ଏବଂ ୩ଟି କ୍ୟୁବ୍‌ ସାଟେଲାଇଟ୍ ଉତକ୍ଷେପଣ କରାଯାଇ କକ୍ଷପଥରେ ଅବସ୍ଥାପିତ କରାଯାଇପାରିବ ବୋଲି ସ୍ପେଶ ଜୋନ ଇଣ୍ଡିଆର ସିଇଓ ତଥା ପ୍ରତିଷ୍ଠାତା ଆନନ୍ଦ ମେଗାଲିଙ୍ଗମ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories