www.samajalive.in
Saturday, December 6, 2025
16.1 C
Bhubaneswar

ଇମ୍ରାନ୍‍ଙ୍କ ବକ୍ତବ୍ୟକୁ ଭାରତର କଡ଼ା ସମାଲୋଚନା : ଆତଙ୍କବାଦ ସପକ୍ଷରେ ଯୁକ୍ତିବାଢ଼ିବା ଅତ୍ୟନ୍ତ ନିନ୍ଦନୀୟ

ନ୍ୟୁୟର୍କ : ଜାତିସଂଘର ୭୪ତମ ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାଁଙ୍କ ବକ୍ତବ୍ୟକୁ ଭାରତ କଡ଼ା ସମାଲୋଚନା କରିଛି।

ଭାରତ କହିଛି ଏହାର ନାଗରିକମାନଙ୍କ ପକ୍ଷରୁ ଅନ୍ୟ କେହି କଥା ହେଉ ଏହା କେବେବି ଗ୍ରହଣଯୋଗ୍ୟ ନୁହେଁ। ଅନ୍ତତଃ ଯେଉଁମାନେ ଘୃଣାର ବିଚାରଧାରାରୁ ବିରତ ନ ରହି ଆତଙ୍କବାଦର କାରଖାନା ତିଆରି କରିଛନ୍ତି ସେମାନଙ୍କୁ ପକ୍ଷ ରଖିବା ପାଇଁ ଦେଶବାସୀ କେବେ ମଧ୍ୟ ଚାହାନ୍ତି ନାହିଁ।

- Advertisement -

ଜାତିସଂଘରେ ଭାରତର ସ୍ଥାୟୀ ସଚିବ ବିଦିଶା ମୈତ୍ର ନିଜର ଜବାବ ଅଧିକାରକୁ ସାବ୍ୟସ୍ତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାଁଙ୍କ ବକ୍ତବ୍ୟକୁ କଠୋର  ସମାଲୋଚନା କରି କହିଛନ୍ତି ସେ ଏକ ବିଭାଜନକାରୀ ବିଷୟବସ୍ତୁକୁ ମିଳିତ ଜାତିସଂଘରେ ଉପସ୍ଥାପନ କରିଛନ୍ତି। ଘୃଣା ଓ ମତପାର୍ଥକ୍ୟକୁ ବୃତ୍ତିକରିବା ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ଉଦ୍ଧିଷ୍ଟ ଥିଲା।

ସେ କହିଛନ୍ତି ପୂର୍ବରୁ ସାଧାରଣ ପରିଷଦର ମଞ୍ଚର ଏଭଳି ଅପବ୍ୟବହାର କେବେ ହୋଇନାହିଁ। ସେ ଏହି ସୁଯୋଗକୁ ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି। ସୁଶ୍ରୀ ମୈତ୍ର କହିଛନ୍ତି ୧୯୭୧ ମସିହାରେ ପାକିସ୍ତାନ ତା’ର ନିଜ ନାଗରିକ ମାନଙ୍କର ଗଣସଂହାର ଏବଂ ଏହି ଘଟଣାରେ ଲେଫ୍ଟନାଣ୍‍ଟ ଜେନେରାଲ ଏ. ଏ. କେ. ନିଆଜିଙ୍କ ଭୂମିକାକୁ ଜନସାଧାରଣ କଦାପି ଭୁଲିପାରିବେ ନାହିଁ। ଆତଙ୍କବାଦର କାରଖାନାକୁ ଓ ଏହାର କାୟାବିସ୍ତାର କରିବା ପାଇଁ ସମସ୍ତ ସୁଯୋଗ ଦେଇଆସୁଥିବା ଦେଶର ନେତା ଆତଙ୍କବାଦ ସପକ୍ଷରେ ଯୁକ୍ତିବାଢ଼ିବା ଅତ୍ୟନ୍ତ ନିନ୍ଦନୀୟ। ସେ କହିଛନ୍ତି ପାକିସ୍ତାନ ଏଭଳି ଏକ ଦେଶ ଯାହା ୧୯୪୭ ମସିହାରେ
ସଂଖ୍ୟାଲଘୁ ସଂପ୍ରଦାୟର ସଂଖ୍ୟା ଶତକଡା ୨୩ଭାଗକୁ ହ୍ରାସ କରି ଏବେ ଶତକଡା ୩ଭାଗକୁ ନେଇଆସିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories