ମହାଳୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡ ଦାନ

ଯାଜପୁର: ମା’ବିରଜା କ୍ଷେତ୍ର ଯାଜପୁର ସର୍ବଭାରତୀୟ ସ୍ତରରେ ପ୍ରଚୀନ ଶକ୍ତିପୀଠ । ମନ୍ଦିରରେ ଥିବା ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ପ୍ରଦାନ କରାଯାଇଥାଏ । ପବିତ୍ର ମହାଳୟା ତିଥିରେ ଜିଲାର ବିଭିନ୍ନ ଅଞ୍ଚଳ ଓ ରାଜ୍ୟରୁ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ସମାବେଶ ହୋଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ପ୍ରଦାନ କରାଯାଉଛି ।

ଏହି ପବିତ୍ର ତିଥିରେ ପିଣ୍ଡ ପ୍ରଦାନ କଲେ ୨୧ପୁରୁଷ ପର୍ଯ୍ୟନ୍ତ ଉଦ୍ଧାର ପାଇଥାନ୍ତି ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି । ଆଶ୍ୱିନ ମାସ କୃଷ୍ଣ ପକ୍ଷକୁ ପିତୃପକ୍ଷ ମହାଳୟା କୁହାଯାଏ । ଏହି ମାସର ଅମାବାସ୍ୟା ତିଥିରେ ମହାଳୟା ପିତୃତର୍ପଣ ଓ ମଉଳା ଶ୍ରାଦ୍ଧ ଭାବେ ବେଶ ପ୍ରସିଦ୍ଧ । ପୂଣ୍ୟତୋୟା ବୈତରଣୀରେ ସ୍ନାନ କରାଯାଇ ପିତାମହ, ପ୍ରମାତାମୟୀ ପ୍ରଭୂତିଙ୍କ ଉଦ୍ଦେଶ୍ୟରେ ଏହି ନାଭିଗୟାରେ ପିଣ୍ଡ ପ୍ରଦାନ କଲେ ମୋକ୍ଷ ଲାଭ ହୁଏ । ଆଜି ପୁର୍ବାହ୍ନରୁ ବହୁ ଶ୍ରଦ୍ଧାଳୁ ମାନେ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କର୍ମାଣୀ କରି କ୍ଷେତ୍ରେଶ୍ୱରୀ ମା’ବିରଜାଙ୍କ ମୁଖ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଯାତ୍ରୀମାନଙ୍କ ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 

Comments are closed.