www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ ୟୁପିରେ ୫୫ ମୃତ, ଆଜି ମଧ୍ୟ ଲକ୍ଷ୍ନୌରେ ସ୍କୁଲ-କଲେଜ ବନ୍ଦ

ଲକ୍ଷ୍ନୌ: ବର୍ତ୍ତମାନ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରି ନଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ମୁସଳଧାରା ବର୍ଷା ଜାରି ରହିଛି। ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ଭୟଙ୍କର ବିତ୍ପାତ ସୃଷ୍ଟି ହୋଇଛି। ପ୍ରବଳବର୍ଷା କାରଣରୁ ୩ ଦିନ ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅଭାଧ ଅଞ୍ଚଳରେ ୧୫, ପ୍ରୟାଗରାଜରେ ୧୪, ପୂର୍ବାଞ୍ଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ସହାରନପୁର ଏବଂ କାନପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ଜିଲା ପ୍ରଶାସନ ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

ଅଭାଧ ଅଞ୍ଚଳରେ ଆମେଥୀ ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏକ କାନ୍ଥ ଭୁଶୁଡି ପଡିବା ଫଳରେ ଦମ୍ପତ୍ତିଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଆମେଥୀ ଜିଲାର ଅନ୍ୟ କେତେକ ସ୍ଥାନରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories