www.samajalive.in
Friday, December 5, 2025
20.1 C
Bhubaneswar

୩୬ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୯୦ ରନ୍‌ର ବିଜୟଲକ୍ଷ୍ୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତ ୩୬ ରନ୍‌ରେ ପାଳି ଘୋଷଣା କରିଛି। ଶେଷ ଉଇକେଟ୍‌ ପଡ଼ିବା ପୂର୍ବରୁ ଆଘାତ ଯୋଗୁ ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ପାଳି ଘୋଷଣା କରିଛି। ଦଳ ୨୧.୨ ଓଭର ଖେଳି ୯ ଉଇକେଟ୍‌ ବିନିମୟରେ ମାତ୍ର ୩୬ ରନ୍‌ କରିବାରେ ସକ୍ଷମ ହୋଇଛି।

ଅଷ୍ଟ୍ରେଲିଆ ବୋଲର ଜୋଶ୍‌ ହାଜେଲଉଡ୍‌ ଏବଂ ପ୍ୟାଟ କ୍ୟୁମିନ୍‌ସଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଭାରତୀୟ ଟିମ୍‌ ଧରାଶାୟୀ ହୋଇଛି। କୌଣସି ବ୍ୟାଟ୍ସମ୍ୟାନ୍‌ ୨ ଅଙ୍କ ଛୁଇଁ ପାରି ନ ଥିବାବେଳେ ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌ ୫ଟି ଏବଂ କ୍ୟୁମିନ୍‌ସ ୪ଟି ଉଇକେଟ୍‌ ନେବାରେ ସଫଳ ହୋଇଛନ୍ତି।

- Advertisement -

ପ୍ରଥମ ପାଳିରେ ୫୩ ରନ୍‌ର ଲିଡ୍‌ ସହିତ ଭାରତ ଘରୋଇ ଦଳକୁ ୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଅଷ୍ଟ୍ରେଲିଆ ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ପ୍ରଥମ ସେସନ ଶେଷ ସୁଦ୍ଧା ବିନା କୌଣସି ଉଇକେଟ୍‌ରେ ୧୫ ରନ୍‌ ସଂଗ୍ରହ କରିଛି। ଦୁଇ ଓପନର୍‌ ମ୍ୟାଥ୍ୟୁ ୱାଡେ ଏବଂ ଜୋ ବର୍ନ୍ସ କ୍ରିଜରେ ଉପସ୍ଥିତ ଅଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories