www.samajalive.in
Saturday, December 6, 2025
16.1 C
Bhubaneswar

ବାତିଲ ହେବ ନାହିଁ ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍‌ !

ନୂଆଦିଲ୍ଲୀ, ୨୯।୭: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ କ୍ରିକେଟ -୨୦୨୫ର ଲିଗ୍‌ ମ୍ୟାଚ ସେପ୍ଟେମ୍ବର ୧୪ରେ ଖେଳାଯିବା ନେଇ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟ​‌ା ପ୍ରକାଶ ପାଇଛି। ତେବେ ବିସିସିଆଇର ରିପୋର୍ଟ ଅନୁଯାୟୀ ଏହି ମ୍ୟାଚ ବାତିଲ ହେବ ନାହିଁ। ଏହା ଦ୍ବିପାକ୍ଷିକ ମ୍ୟାଚ ନୁହେଁ ବଂରଂ ବହୁଦେଶୀୟ ଟୁର୍ଣ୍ଣାମେଣ୍ଟର ଅଂଶ। ଭାରତ ଯଦି ମ୍ୟାଚ ଖେଳିବ ନାହିଁ କିମ୍ବା ବାତିଲ କରେ ତେବେ ପାକିସ୍ତାନକୁ ବଡ଼ ସୁଯୋଗ ଦେବ ବୋଲି କୁହାଯାଇଛି।

ଗତ ଏପ୍ରିଲରେ ଜମ୍ମୁ କାଶ୍ମୀରର ପହେଲଗାଓଁଁରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାର ୫ ମାସ ପରେ ଏସିଆ କପ୍‌ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ଆୟୋଜନ ନେଇ କାର୍ଯ୍ୟସୂଚୀ ଘୋଷିତ ହୋଇଛି। କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ପିଟିଆଇକୁ ଦିଆଯାଇଥିବା ସୂଚନାରେ ଜଣାପଡ଼ିଛି ଯେ, ଜାତୀୟ କ୍ରୀଡ଼ା ଶାସନ ବିଲ ଏପର୍ଯ୍ୟନ୍ତ ଗୃହିତ ହୋଇନାହିଁ। ତେଣୁ ବିସିସିଆଇ ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରାଳୟ ଅଧିନରେ ନାହିଁ। ବିସିସିଆଇ ଜନସାଧାରଣଙ୍କ ମନୋଭାବକୁ କିଭଳି ଗ୍ରହଣ କରୁଛି ତାହା ତାଙ୍କ ଉପରେ ନିର୍ଭର କରେ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ସହ ଦ୍ବିପାକ୍ଷିକ କ୍ରୀଡ଼ା ସମ୍ପର୍କ ରଖିବା ସମ୍ଭବ ନୁହେଁ। କିନ୍ତୁ ବହୁଦେଶୀୟ ପ୍ରତିଯୋଗିତାରେ ଅଲିମ୍ପିକ୍‌ସର ନିୟମକୁ ଅନୁପାଳନ କରିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଏସିଆ କପ୍‌ରେ ପାକିସ୍ତାନ ସହ ଭାରତ ଖେଳିବା ନେଇ କୌଣସି ବିବାଦ ହେବା ଉଚିତ ନୁହେଁ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କ୍ରୀଡ଼ା ମନ୍ତ୍ରାଳୟ ଓ ବିସିସିସିଆଇ ଏଭଳି ମତ ପରେ ଏସିଅ​‌ା କପରେ ଭାରତ ଓ ପାକିସ୍ତାନ ମ୍ୟାଚ ଖେଳାଯିବା ନେଇ ଆଶା ବଢିଛି।

- Advertisement -

ପୂର୍ବତନ ଡିଜି ଡିଆଇଏ ଲେଫ୍ଟନାଣ୍ଟ ଜେନରାଲ କେଜେଏସ୍‌ ଧିଲନ ପାକିସ୍ତାନ ସହ କ୍ରିକେଟ ବର୍ଜନ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଆତଙ୍କବାଦକୁ ନିନ୍ଦା କରି କ୍ରୀଡ଼ା ଜାରି ରଖିବାକୁ ମତ ଦେଇଛନ୍ତି। ଏସିଆ କପ ଏସୀୟ କ୍ରିକେଟ ପରିଷଦ (ଏସିସି ) ଦ୍ବାରା ଆୟୋଜିତ ହେଉଛି। ଏସିଆ କପ -୨୦୨୫ ଆୟୋଜନ ନେଇ ଭାରତ ସୁଯୋଗ ପାଇଥିବାବେଳ ଏହା ଟ୍ବେଣ୍ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ। ଏସିସିର ମୁଖ୍ୟ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକ୍‌ଭି ରହିଛନ୍ତି। ଭାରତ ଓ ପାକିସ୍ତାନ ମ୍ୟାଚ ପ୍ରସାରଣରୁ କୋଟିକୋଟି ଟଙ୍କା ଆୟ ହେବାର ସମ୍ଭାବନା ରହିଛି। ଏହାକୁ ବାତିଲ କରିବା ସମ୍ଭବପର ନୁହେଁ ବୋଲି ଏସିସି ପକ୍ଷରୁ କୁହାଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories