www.samajalive.in
Monday, December 8, 2025
24.1 C
Bhubaneswar

ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମୁକାବିଲା: ସନ୍ଦେହରେ ପାକିସ୍ତାନ, ଆଇସିସି ଆଶାବାଦୀ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ବକପରେ ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟ୍‌କା ଲାଗିଛି। ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ଖେଳାଯିବ। ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଓ ବିସିସିଆଇ ପାଖରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚର ସ୍ଥାନ ପରିବର୍ତ୍ତନ ପାଇଁ ଦାବି କରିଥିଲା। କିନ୍ତୁ ରିପୋର୍ଟ ଅନୁଯାୟୀ, ଉଭୟ ବିସିସିଆଇ ଓ ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ବକପ ପୂର୍ବରୁ ଏସିଆ କପ୍‌କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବାଦ ବିବାଦ ଲାଗିରହିଛି। ପାକିସ୍ତାନରେ ଏସିଆ କପ ଖେଳିବାକୁ ବିସିସିଆଇ ମନା କରିଦେଇଥିଲା। କିନ୍ତୁ ଯେତବେଳେ ବିଶ୍ବକପ ସ୍ଥାନ ନେଇ ନିଷ୍ପତ୍ତି ନିଆଯାଇଥିଲା ସେତବେଳେ ପିସିବି ଭାରତ ବିପକ୍ଷରେ ମ୍ୟାଚ ଅହମ୍ମଦାବାଦରେ ଖେଳିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲା। ଏପରିକି ପାକିସ୍ତାନ କ୍ରିକେଟ ବୋର୍ଡ ଚେନ୍ନଇ ଓ ବାଙ୍ଗାଲୋର ମ୍ୟାଚ ସ୍ଥାନ ଗୁଡ଼ିକ ଅଦଳବଦଳ କରିବାକୁ ଅନୁରୋଧ କରିଥିଲା। ତେବେ ଆଇସିସି ଓ ବିସିସିଆଇ ପାକିସ୍ତାନ କ୍ରିକେଟ ବୋର୍ଡର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ସ୍ଥିର ହୋଇଥିବ​‌ା ଡ୍ରାପ୍ଟ ସୂଚୀ ଅନୁଯାୟୀ, ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅକ୍ଟୋବର ୧୫ରେ ଖେଳାଯିବ। କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ପାକିସ୍ତାନର ପ୍ରତିକ୍ରିୟାକୁ ଅପେକ୍ଷା ରହିଛି।

ଭାରତରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ଲାଗି କାର୍ଯ୍ୟସୂଚୀ ଘୋଷିତ ହୋଇଛି। କିନ୍ତୁ ଏଥିରେ ଖେଳିବା ନେଇ ପାକିସ୍ତାନ ଏବେ ବି ସନ୍ଦେହ ରହିଛି। ମ୍ୟାଚ ସ୍ଥାନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ଦାବିକୁ ଆଇସିସି ନମାନିବା ପରେ ପାକିସ୍ତାନ ଉକ୍ତ ପ୍ରତିଯୋଗିତାରେ ଭାଗ ନେବା ନେଇ ଅଧିକ ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ବକପ କାର୍ଯ୍ୟସୂଚୀ ଘୋଷଣା ପରେ ପିସିବି ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଅନୁମୋଦନ ପରେ ପାକିସ୍ତାନ ଦଳର ଭାରତ ଗସ୍ତ ନିର୍ଭର କରେ। ପିସିବିର ଜଣେ ଅଧିକାରୀ କହିଛନ୍ତି ଯେ, ବିଶ୍ବକପ ଏବଂ ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ଭାରତ ବିପକ୍ଷରେ ଓ ମୁମ୍ବଇରେ ସେମିଫାଇନାଲ ଖେଳିବା ନେଇ ସରକାରଙ୍କ ଅନୁମୋଦନ ଉପରେ ସବୁକିଛି ନିର୍ଭର କରୁଛି। ଗୋଟିଏ ପଟେ ପାକିସ୍ତାନ ବିଶ୍ବକପରେ ଅଂଶଗ୍ରହଣ ନେଇ ସନ୍ଦେହ ପ୍ରକଟ କରୁଥିବାବେଳେ ଅନ୍ୟପଟେ ଆଇସିସି ମୁଖ୍ୟପାତ୍ର କହିଛନ୍ତି ଯେ, ସମସ୍ତ ସଦସ୍ୟଙ୍କୁ ନିଜ ଦେଶର ଆଦେଶକୁ ପାଳନ କରିବାକୁ ପଡିବ ଏବଂ ଆମେ ଏହାକୁ ସମ୍ମାନ ଦେଉଛୁ। କିନ୍ତୁ ଦିନିକିଆ ବିଶ୍ବକପ ଖେଳିବାକୁ ପାକିସ୍ତାନ ଭାରତ ଆସିବ ବୋଲି ଆମର ବିଶ୍ବାସ ଅଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଦଳ ଅହମ୍ମଦାବାଦ୍‌, ବାଙ୍ଗାଲୋର ଓ ଚେନ୍ନଇରେ ମ୍ୟାଚ ଖେଳିବା ନେଇ ଆପତ୍ତି ଉଠାଇଥିଲା। ଉକ୍ତ ଗ୍ରାଉଣ୍ଡରୁ ପାକିସ୍ତାନର ମ୍ୟାଚକୁ ବାଦ୍‌ ଦେବା ନେଇ ପିସିବି ଆଇସିସି ନିକଟରେ ଦାବି କରିଥିଲା। କିନ୍ତୁ ଆଇସିସି ଉକ୍ତ ଆପତ୍ତିକୁ ଖାରଜ କରି ଦେଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories