www.samajalive.in
Sunday, December 7, 2025
26.1 C
Bhubaneswar

ମୌସୁମୀ ବର୍ଷା, ବଢ଼ୁଛି ପ୍ରମୁଖ ଜଳଭଣ୍ଡାର

ଭୁବନେଶ୍ୱର: ସାରା ରାଜ୍ୟରେ ୪ଦିନ ତଳେ ମୌସୁମୀ ପାଦ ଥାପିଛି। ଏହାର ପ୍ରଭାବରେ ପ୍ରମୁଖ ଜଳଭଣ୍ଡାରେ ଜଳସ୍ତର ବଢ଼ିଛି। ଏତିକିବେଳେ ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ପୁଣି ତା’ର ଜଳକ୍ରୀଡ଼ା ଆରମ୍ଭ କରିଛି। ସମୟ ଦେଖି କେତେବେଳେ କଲମା ଓ ଅନ୍ୟାନ୍ୟ ଫାଟକ ଖୋଲି ଦେଉଛି ତ ଆଉ କେତେବେଳେ ବନ୍ଦ କରି ଦେଉଛି। ଯଦ୍ବାରା ତଳିଆ ଅଞ୍ଚଳ ଜଳମଗ୍ନ ହେଉଛି। ଆଗାମୀ ଦିନରେ ରାଜ୍ୟରେ ମୌସୁମୀ ଯଦି ସକ୍ରିୟ ହୁଏ ତେବେ ଛତିଶଗଡ଼ର କଲମା ସେତୁ ପ୍ରମୁଖ ସମସ୍ୟା ସୃଷ୍ଟି କରିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗର ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ଣ ସୁଦ୍ଧା ହୀରାକୁଦ ସହିତ ଅନ୍ୟ ୫ଟି ପ୍ରମୁଖ ଜଳଭଣ୍ଡାର ଜଳସ୍ତର ବଢ଼ୁଥିବା ବେଳେ ଜଲାପୁଟର ଜଳସ୍ତର କମୁଛି। ଏହାର ବିପଦ ସଙ୍କେତ ୨୭୫୦ ଫୁଟ୍‌ ଥିବାବେଳେ ଜଳପତ୍ତନ ଏବେ ୨୭୦୦ ଫୁଟ୍‌ ରହିଛି। ଏହି ଜଳ ଭଣ୍ଡାରର ଦୁଇଟି ଫାଟକ ଖୋଲାଯାଇଛି। ପ୍ରତି ଘଣ୍ଟାରେ ୨୨୪୯ କ୍ୟୁସେକ୍ ଜଳ ଭଣ୍ଡାର ଭିତରକୁ ପଶୁଥିବାବେଳେ ୨୭୧୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଅନ୍ୟ ପକ୍ଷରେ ଇନ୍ଦ୍ରାବତୀର ବିପଦ ସଙ୍କେତ ୬୪୨ ମିଟର ରହିଥିବା ବେଳେ ଏବେ ଜଳସ୍ତର ୬୩୦ମିଟର ରହିଛି। ୬୦.୧୮ କ୍ୟୁସେକ୍ ଜଳ ଭଣ୍ଡାର ଭିତରକୁ ପଶୁଥିବାବେଳେ ସମାନ ପରିମାଣ ଜଳ ନିଷ୍କାସିତ ହେଉଛି।

- Advertisement -

ତଥ୍ୟ ଅନୁଯାୟୀ ହୀରାକୁଦରେ ଜଳସ୍ତର ୬୦୧.୯୫ ଫୁଟ୍ ରହିଛି। ଏଠାରେ ବିପଦ ସଙ୍କେତ ୬୩୦ ଫୁଟ୍‌। ଏବେ ପ୍ରତି ଘଣ୍ଟାରେ ୩୨୮୭୮ କ୍ୟୁସେକ୍ ଜଳ ପଶୁଥିବାବେଳେ ୧୨ହଜାର ୪୫୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେହିପରି ରେଙ୍ଗାଳିରେ ୧୨୩.୫୦ ମିଟର ବିପଦ ସଙ୍କେତ ରହିଥିବାବେଳେ ଏବେ ୧୧୧ ମିଟର ଜଳପତ୍ତନ ରହିଛି। ୫୭୭.୧୬ କ୍ୟୁସେକ୍ ଜଳ ପଶୁଥିବାବେଳେ ୪୩୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ବାଲିମେଳା ଜଳଭଣ୍ଡାରରେ ୧୫୧୬ ଫୁଟ୍ ପୂର୍ଣ୍ଣାଙ୍ଗ ଜଳପତ୍ତନ ରହିଥିବାବେଳେ ଏବେ ୧୪୫୪.୭୦ଫୁଟ୍ ରହିଛି। ୪୯୯୨ କ୍ୟୁସେକ୍ ଜଳ ପଶୁଛି ଏବଂ ୩୦୮୨ ନିଷ୍କାସିତ ହେଉଛି। ଉପର କୋଲାବରେ ପୂର୍ଣ୍ଣାଙ୍ଗ ଜଳପତ୍ତନ ୮୫୮ ମିଟର ରହିଥିବାବେଳେ ଏବେ ୮୪୯ ମିଟର ରହିଛି। ୮୭ କ୍ୟୁସେକ୍ ଜଳ ଭଣ୍ଡାର ଭିତରକୁ ପଶୁଥିବାବେଳେ ୮.୮୩ ନିଷ୍କାସିତ ହେଉଛି। ସାଳନ୍ଦୀରେ ୮୨.୩୦ ମିଟର ପୂର୍ଣ୍ଣାଙ୍ଗ ଜଳପତ୍ତନ ସ୍ତର ରହିଥିବାବେଳେ ଏବେ ୭୧.୬୭ ମିଟର ଜଳପତ୍ତନ ରହିଛି। ୩୬.୯୫ କ୍ୟୁସେକ୍‌ ଜଳ ଭଣ୍ଡାର ଭିତରକୁ ପଶୁଥିବାବେଳେ ୨.୧୨ କ୍ୟୁସେକ୍ ନିଷ୍କାସିତ ହେଉଛି। ଲୋୟର ଇନ୍ଦ୍ରାବତୀରେ ବିପଦ ସଙ୍କେତଠାରୁ ଏବେ ୪.୫୮ ମିଟର ତଳେ ଜଳପତ୍ତନ ରହିଛି। ଜଳଭଣ୍ଡାରକୁ ୨୬.୨୬ କ୍ୟୁସେକ୍ ଜଳ ପଶୁଥିବାବେଳେ ୩.୬୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories