www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆ କପ୍‌ରୁ ଓହରିବାକୁ ପାକିସ୍ତାନର ଧମକ

ଦୁବାଇ: ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍‌ରେ ହାତ ନମିଳାଇବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗାଙ୍କ ସହ ହାତ ନମିଳାଇବାକୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ କହିଥିବା ମ୍ୟାଚ୍‌‌ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଯଦି ହଟା ନଯାଏ; ତେବେ ପାକିସ୍ତାନ ଦଳ ଏସିଆ କପ୍‌ରୁ ଓହରିଯିବ ବୋଲି ପିସିବିର ଅଧ୍ୟକ୍ଷ ମୋହ୍‌ସିନ ନକ୍‌ଭି ଧମକ ଦେଇଛନ୍ତି। ଟସ୍ ବେଳେ ଓ ମ୍ୟାଚ୍‌ ସମାପ୍ତ ହେବା ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ନମିଳାଇବା ବିବାଦ ପରେ ପ୍ରଥମେ ଏସିସି ଓ ପରେ ଆଇସିସି ନିକଟରେ ପିସିବି ଔପଚାରିକ ଭାବେ ଅଭିଯୋଗ ଦାଖଲ କରିଛି। ମ୍ୟାଚ୍‌ ରେଫେରୀ ନିରପେକ୍ଷ ରହିବା କଥା। ହେ​‌େ​‌ଲ ଭାରତୀୟ ଦଳର ପ୍ରରୋଚନା​‌େ​ର ସେ ପାକିସ୍ତାନ ଅଧିନାୟକଙ୍କୁ ପ୍ରତିପକ୍ଷ ଅଧିନାୟକଙ୍କ ସହ ହାତ ନମିଳାଇବାକୁ କହିବା ଆଇସିସି ଆଚାର ସଂହିତା ଓ ଏମ୍‌ସିସି ଦ୍ବାରା ପ୍ରଣିତ ନିୟମର ଉଲ୍ଲଙ୍ଘନ।

ଏଣେ ଭାରତୀୟ ଖେଳାଳିଙ୍କ ବିରୋଧରେ ଦୃଢ଼ ଅଭିଯୋଗ କରିଛନ୍ତି ପାକିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ମାଇକ୍‌ ହେସନ୍। ସେ କହିଛନ୍ତି, ମ୍ୟାଚ୍‌ ପରେ ଆମ ନିଶ୍ଚିତ ଭାବେ ଭାରତୀୟଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ହେଲେ ଆମ ପ୍ରତିପକ୍ଷ ଏପରି ନକରିବା ଆମକୁ ବହୁତ ନିରାଶ କରିଥିଲା। ଏପରିକି ଆମେ ଭାରତୀୟଙ୍କ ସହ ହାତ ମିଳାଇବା ପାଇଁ ସେମାନଙ୍କ ଡଗ୍‌ଆଉଟ୍‌କୁ ଯାଇଥିଲୁ। ସେଠାରେ ଆମକୁ ଦେଖିବା ପରେ ମଧ୍ୟ ଭାରତୀୟ ଖେଳାଳି ଡ୍ରେସିଂରୁମ୍‌କୁ ଚାଲି ଯାଇଥିଲେ। ମ୍ୟାଚ୍‌ର ଏପରି ଅନ୍ତଃ ଘଟିବା ଆମକୁ ବହୁତ ଦୁଃଖ ଦେଇଛି। ମ୍ୟାଚ୍‌ରେ ଆମେ ଯେପରି ଖେଳିଲୁ; ତାହାକୁ ନେଇ ଆମେ ବହୁତ ନିରାଶ ଥିଲୁ। ତଥାପି ଆମେ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ତେବେ ମ୍ୟାଚ୍‌ ପରବର୍ତ୍ତୀ ଘଟଣା ଆମକୁ ଆହୁରି ଦୁଃଖ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories