www.samajalive.in
Sunday, December 14, 2025
14.1 C
Bhubaneswar

ଅସ୍ତ୍ରଶସ୍ତ୍ର ଆମଦାନୀରେ ଭାରତ ପ୍ରଥମ

ନୂଆଦିଲ୍ଲୀ : ବିଶ୍ୱରେ ପ୍ରମୁଖ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ରୀଙ୍କ ମଧ୍ୟରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଷ୍ଟକହୋମସ୍ଥିତ ଆନ୍ତର୍ଜାତିକ ଶାନ୍ତି ଗବେଷଣା ପ୍ରତିଷ୍ଠାନ (ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟଚ୍ୟୁଟ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ଗବେଷଣା ଅନୁସାରେ ୨୦୧୩ରୁ ୨୦୧୭ ମଧ୍ୟରେ ଭାରତ ସର୍ବାଧିକ ପ୍ରମୁଖ ଅସ୍ତଶସ୍ତ୍ର ଆମଦାନୀ କରିଛି । ଏହି ସମୟ ମଧ୍ୟରେ ଭାରତ ଆନ୍ତର୍ଜାତିକ ବଜାରରୁ ୧୨% ଅସ୍ତ୍ରଶସ୍ତ୍ର ଆମଦାନୀ କରିଛି ।

ଅଧ୍ୟୟନ ଅନୁସାରେ ୨୦୦୮-୧୨ରୁ ୨୦୧୩-୧୭ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ୨୪% ବୃଦ୍ଧି ପାଇଛି । ଭାରତ ରୁଷିଆରୁ ସର୍ବାଧିକ ୬୨% ପ୍ରମୁଖ ଅସ୍ତଶସ୍ତ୍ର ଆମଦାନୀ କରିଛି । ସେହିପରି ୨୦୧୩-୧୭ ମଧ୍ୟରେ ଆମେରିକାରୁ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ପରିମାଣ ୫୫୭% ବଢିଛି । ରୁଷିଆ ପରେ ଆମେରିକା ଦ୍ୱିତୀୟ ରାଷ୍ଟ୍ର ଭାବେ ଭାରତକୁ ସର୍ବାଧିକ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିଛି ।

- Advertisement -

ସେପଟେ ୨୦୦୮-୧୨ରୁ ୨୦୧୩-୧୭ ମଧ୍ୟରେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନର ପ୍ରମୁଖ ଅସ୍ତ୍ରଶସ୍ତ୍ର ଆମଦାନୀ ୩୬% ହ୍ରାସ ପାଇଛି । ୨୦୧୩-୧୭ ମଧ୍ୟରେ ବିଶ୍ୱର ମୋଟ ଅସ୍ତ୍ରଶସ୍ତ୍ର ଆମଦାନୀ କ୍ଷେତ୍ରରେ ପାକିସ୍ତାନର ଭାଗ ମାତ୍ର ୨.୮% ରହିଛି । ଆମେରିକାଠାରୁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଆମଦାନୀ ୨୦୦୮-୧୨ରୁ ୨୦୧୩-୧୭ ମଧ୍ୟରେ ୭୬% ହ୍ରାସ ପାଇଛି।

ଗତ ବର୍ଷ ପଡୋଶୀ ପାକିସ୍ତାନ ଓ ଚୀନ ସହ ସୀମାରେ ଉତ୍ତେଜନା ବୃଦ୍ଧି ଯୋଗୁ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ବଢିଛି ବୋଲି ଗବେଷଣାରେ ଉଲ୍ଲେଖ କରାଯାଇଛି । ଚୀନ ପ୍ରସ୍ତୁତ କରୁଥିବା ଅସ୍ତ୍ରଶସ୍ତ୍ର ପାକିସ୍ତାନ, ମିଅାଁମାର ଏବଂ ବାଂଲାଦେଶକୁ ବିକ୍ରି କରୁଛି ।

ବିଶ୍ୱରେ ଅସ୍ତ୍ରଶସ୍ତ୍ର ରପ୍ତାନୀ କ୍ଷେତ୍ରରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଗତ ୫ ବର୍ଷ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ୩୪% ଅସ୍ତ୍ରଶସ୍ତ୍ର ଆମେରିକା ବିଭିନ୍ନ ରାଷ୍ଟ୍ରକୁ ବିକ୍ରି କରିଛି । ଆମେରିକା ତଳକୁ ୨୦% ଅସ୍ତ୍ରଶସ୍ତ୍ର ରପ୍ତାନୀ ସହ ରୁଷିଆ ଦ୍ୱିତୀୟ ସ୍ଥାନରେ ରହିଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories