www.samajalive.in
Sunday, December 14, 2025
26.1 C
Bhubaneswar

ସାଉଦି ଆରବ ରାଜକୁମାରଙ୍କୁ ଥାର୍ଡ ଡିଗ୍ରୀ

ରିୟାଦ : ସାଉଦି ଆରବ ସରକାର ଦୁର୍ନୀତି ବିରୋଧୀ ଅଭିଯାନ ନାମରେ ବ୍ୟବସାୟୀ ଏବଂ ରାଜକୁମାରଙ୍କୁ ଥାର୍ଡ ଡିଗ୍ରୀ ଦେଉଥିବା ଜାଣିବାକୁ ମିଳିଛି । ବ୍ୟବସାୟୀ ଏବଂ ରାଜକୁମାରଙ୍କଠାରୁ ଶହ ଶହ କୋଟି ଦିନାରର ଅର୍ଥ ଓ ସମ୍ପତ୍ତି ବାହାର କରିବାକୁ ସେମାନଙ୍କୁ ଏଭଳି ନିର୍ଯାତନା ଦିଆଯାଉଥିବା କୁହାଯାଉଛି ।

ଏପରିକି ବ୍ୟବସାୟୀଙ୍କୁ ଟ୍ରାକିଂ ବ୍ରେସଲେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି । ସାଉଦି ଆରବର ରାଜକୁମାରଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି । ଯେଉଁ ବ୍ୟବସାୟୀମାନେ ଦେଶ ଛାଡ଼ି ପଳାଇଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି । ଦେଶଛାଡି ପାଳାଇଥିବା ବ୍ୟବସାୟୀଙ୍କ ପତ୍ନୀ ଏବଂ ପିଲାଙ୍କ ଅନ୍ୟତ୍ର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

- Advertisement -

ସୂଚନା ଅନୁସାରେ ସାଉଦି ଆରବ ସରକାର ଦୁର୍ନୀତି ବିରାଧୀ ଅଭିଯାନ କ୍ରମେ ପ୍ରମୁଖ ବ୍ୟବସାୟୀ ଏବଂ ରାଜକୁମାରଙ୍କୁ ଟାର୍ଗେଟ କରିଛି । ଗତବର୍ଷ ନଭେମ୍ବର ମାସରୁ ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ରିୟାଦରେ ଏକ ହୋଟେଲରେ ବନ୍ଦ କରି ରଖାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ରାଜ ପରିବାରର ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଛାଡ଼ି ଦିଆଯାଇଥିଲାବେଳେ ଅନେକ ହୋଟେଲରେ ବନ୍ଦ ଅଛନ୍ତି । ସାଉଦି ଆରବର ପ୍ରମୁଖ ବ୍ୟବସାୟୀମାନେ ଏବେ ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ କାଳାତିପାତ କରୁଛନ୍ତି ।

ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଏହା ବିସ୍ତୃତ ଭାବେ ପ୍ରକାଶ ପାଇଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବନ୍ଦୀ କରି ରଖାଯାଇଥିବା ବ୍ୟବସାୟୀ ଏବଂ ରାଜକୁମାରଙ୍କ ଉପରେ ମାନସିକ ଚାପ ପକାଯିବା ସହ ଥାର୍ଡ ଡିଗ୍ରୀ ବି ଦିଆଯାଇଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପ୍ରତିଦିନ ପ୍ରାୟ ୧୭ ବ୍ୟବସାୟୀଙ୍କୁ ଶାରୀରିକ ଦଣ୍ଡ ଦିଆଯାଉଥିଲା । ଏପରି କରି କେତେକ ବ୍ୟବସାୟୀଙ୍କ ନିକଟରୁ ସରକାର ଶହ ଶହ କୋଟି ରିଆଦର ଧନ ଓ ସମ୍ପତ୍ତି ହାସଲ କରିବାରେ ସଫଳ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories