www.samajalive.in
Saturday, December 6, 2025
16.1 C
Bhubaneswar

ପାଞ୍ଚ ବର୍ଷ ତଳେ ଆଜିର ଦିନରେ ଭାରତ ପଠାଇଥିଲା ମଙ୍ଗଳଯାନ

ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତ ବେଶ ସୁନାମ ଅର୍ଜନ କରିଛି । ତେବେ ପାଞ୍ଚ ବର୍ଷ ପୂର୍ବେ ଆଜିର ଦିନରେ ଭାରତ ମହାକାଶକୁ ପ୍ରଥମ ମଙ୍ଗଳଯାନ ପଠାଇ ସଫଳତା ହାସଲ କରିଥିଲା।
୨୦୧୩ ମସିହା ନଭେମ୍ବର ୫ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ‘ଇସ୍ରୋ’ର ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ଦ୍ୱୀପସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ପିଏସଏଲଭି ମାଧ୍ୟମରେଏହି ମଙ୍ଗଳଯାନକୁ ପଠାଯାଇଥିଲା। ସବୁଠାରୁ କମ୍‍ ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଏହି ମହାକାଶ ଯାନ ୨୦୧୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ସଫଳତାର ସହିତ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା।
ନିଜର ପ୍ରଥମ ପ୍ରୟାସରେ ସଫଳ ହୋଇଥିବା ଭାରତ ବିଶ୍ୱର ପ୍ରଥମର ମାନ୍ୟତା ଲାଭ କରିଥିଲା। ସେହିପରି ଆମେରିକା, ଋଷ ଏବଂ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ପରେ ବିଶ୍ୱର ଚତୁର୍ଥ ଦେଶର ମର୍ଯ୍ୟାଦା ଲାଭ କରିଥିଲା।
ପାଞ୍ଚ ବର୍ଷ ତଳର ଏହି ସଫଳତା ଚିର ଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories