www.samajalive.in
Sunday, December 14, 2025
14.1 C
Bhubaneswar

୨୦୨୬ ସୁଦ୍ଧା ଜର୍ମାନୀକୁ ଅତିକ୍ରମ କରି ୪ର୍ଥ ବୃହତ ଅର୍ଥନୀତି ହେବ ଭାରତ : ରିପୋର୍ଟ

ଲଣ୍ଡନ : ଫ୍ରାନ୍ସ ଏବଂ ଲଣ୍ଡନର ଅର୍ଥନୀତିକୁ ଟକ୍କର ଦେବା ସହ ଭାରତ,୨୦୧୯ରେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିରେ ପହଞ୍ଚି ପାରିଛି ।  ୨୦୨୬ ସୁଦ୍ଧା ଭାରତ ପୃଥିବୀର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇ ଜର୍ମାନୀକୁ ଅତିକ୍ରମ କରିବ। ଲଣ୍ଡନସ୍ଥିତ ଅର୍ଥନୈତିକ ଓ ବାଣିଜ୍ୟିକ ଗବେଷଣା କେନ୍ଦ୍ର(ସିଇବିଆର୍‍)ର ରିପୋର୍ଟ ଅନୁଯାୟୀ ଭାରତ ୨୦୩୪ ସୁଦ୍ଧା ଜାପାନର ଅର୍ଥନୀତିକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚିବ। ୱାର୍ଲଡ ଇକନୋମିକ ଲିଗ୍‍ ଟେବୁଲ୍‍-୨୦୨୦ ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୬ ସୁଦ୍ଧା ଭାରତ ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପହଞ୍ଚି ପାରିବ। ସରକାର ଏଥିପାଇଁ ଧାର୍ଯ୍ୟ କରିଥିବା ସମୟ ୨୦୨୪ ଠାରୁ ଦୁଇ ବର୍ଷ ପରେ ଭାରତ ଏହି ଲକ୍ଷ୍ୟ ହାସଲ କରିବ।

ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଆସନ୍ତା ୧୫ ବର୍ଷ ଧରି ବିଶ୍ବ ଅର୍ଥନୀତିରେ ତୃତୀୟ ସ୍ଥାନ ପାଇଁ ଜାପାନ, ଜର୍ମାନୀ ଓ ଭାରତ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories