www.samajalive.in
Monday, December 8, 2025
14.1 C
Bhubaneswar

ଭାରତ ଏବେ ଏକ ଅଗ୍ରଣୀ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ପଥରେ ଅଗ୍ରସର ହେଉଛି- ପ୍ରଧାନମନ୍ତ୍ରୀ

ଆଲିଗଡ: ସମୟ ଥିଲା, ଭାରତ ପ୍ରତିରକ୍ଷା ସାମଗ୍ରୀର ଟିକିନିଖି ପାଇଁ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ନିର୍ଭର କରୁଥିଲା। ଏବେ ସେ ସମୟ ଆଉ ନାହିଁ। ଦେଶରେ ଏବେ ଅତ୍ୟାଧୁନିକ ଗ୍ରେନେଡ, ମେସିନ ଗନ ଠାରୁ ଆରମ୍ଭ କରି ଲଢୁଆ ବିମାନ, ଡ୍ରୋନ ଏବଂ ଯୁଦ୍ଧ ଜାହାଜ ପର୍ଯ୍ୟନ୍ତ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ସାମଗ୍ରୀର ଏକ ପ୍ରମୁଖ ଆମଦାନୀକାରୀ ରାଷ୍ଟ୍ରରୁ ଭାରତ ଏବେ ଏକ ରପ୍ତାନିକାରୀ ହେବା ପଥରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାପରେ ଉପସ୍ଥିତ ଜନସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ରାଜା ମହେନ୍ଦ୍ର ପ୍ରତାପ ସିଂହ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ ଏବଂ ସମାଜ ସଂସ୍କାରକ ଥିଲେ। ତାଙ୍କ ସ୍ମୃତିରେ ଏହି ବିଶ୍ୱବିଦ୍ୟାଳୟ ଆଲିଗଡର କୋଲ ତହସିଲ ଅନ୍ତର୍ଗତ ଲୋଧା ଓ ମୁସିପୁର କରିମ ଜାରୁଲି ଗ୍ରାମରେ ୯୨ ଏକର ଜମି ଉପରେ ସ୍ଥାପନ କରାଯିବ। ଏହା ଆଲିଗଡ ଡିଭିଜନର ୩୯୫ ମହାବିଦ୍ୟାଳୟକୁ ସହବନ୍ଧନ ପ୍ରଦାନ କରିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ତାଙ୍କଦ୍ୱାରା ୨୦୧୮ରେ ନିବେଶକ ସମ୍ମିଳନୀ ଅବସରରେ ଘୋଷଣା କରାଯାଇଥିବା ପ୍ରତିରକ୍ଷା ଶିଳ୍ପ କରିଡର ସମ୍ପର୍କରେ ପ୍ରକାଶ କରିଥିଲେ। ସେ କହିଥିଲେ, ଏହି କରିଡରରେ ୬ଟି କେନ୍ଦ୍ରସ୍ଥଳ ରହିବ। ସେଗୁଡିକ ହେଉଛି ଆଲିଗଡ, ଆଗ୍ରା, କାନପୁର, ଚିତ୍ରକୂଟ, ଝାନସି ଏବଂ ଲଖନଉ। ଆଲିଗଡ କେନ୍ଦ୍ର ପାଇଁ ଜମି ଆବଣ୍ଟନ ପ୍ରକ୍ର୍ରିୟା ଶେଷ ହୋଇଛି ଏବଂ ୧୯ଟି ସଂସ୍ଥାକୁ ଜମି ଯୋଗାଇ ଦିଆଯାଇଛି। ଉକ୍ତ କମ୍ପାନୀଗୁଡିକ ସେଠାରେ ୧୨୪୫ କୋଟି ଟଙ୍କା ନିବେଶ କରିବେ। ଉତ୍ତରପ୍ରଦେଶରେ ସ୍ଥାପନ କରାଯାଉଥିବା ପ୍ରତିରକ୍ଷା ଶିଳ୍ପ କରିଡର ଦେଶକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହିତ ‘ମେକ ଇନ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରିବ। ଭାରତ ଏକ ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ଭାବରେ ନିଜର ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ଦିବଂଗତ ନେତା କଲ୍ୟାଣ ସିଂହଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories