ଅଟ୍ଟାୱା: ଭାରତ ଆମର ସାର୍ବଭୌମତ୍ବକୁ ଉଲ୍ଲଙ୍ଘନ କରିବା ଭଳି ବଡ ଭୁଲ୍ କରିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଅଭିଯୋଗ କରିଛନ୍ତି। ଭାରତ ସହିତ କାନାଡାର ତିକ୍ତ ସମ୍ପର୍କ ଉପରେ ତଦନ୍ତ କରୁଥିବା କାନାଡାର ବୈଦେଶିକ ହସ୍ତକ୍ଷେପ ତଦନ୍ତ କମିଟି ନିକଟରେ ହାଜର ହୋଇ ଟ୍ରୁଡୋ ଏପରି କହିଛନ୍ତି। କାନାଡା ଅଭିଯୋଗ କରିଆସୁଛି ଯେ ଭାରତ ସରକାର ତାଙ୍କ ଦେଶରେ ଫୌଜଦାରୀ କାର୍ୟ୍ୟକଳାପ ଚଳାଇ ଆସୁଛି। ଗତବର୍ଷ ସେପ୍ଟେମ୍ବରରେ କାନାଡାର ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ଘଟଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଲାଗି ରହିଛି। ଏହି ତିକ୍ତତାକୁ ନେଇ ଭାରତ ସରକାର କାନାଡାରେ ଅବସ୍ଥାପିତ ନିଜର ଉଚ୍ଚାୟୁକ୍ତଙ୍କୁ ଫେରାଇ ଆଣିଛନ୍ତି। ଏହା ସହିତ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର କାର୍ୟ୍ୟକାରୀ ଉଚ୍ଚାୟକ୍ତଙ୍କ ସମେତ ୬ଜଣ କୂଟନୀତିଜ୍ଞଙ୍କୁ ଭାରତ ସରକାର ବହିଷ୍କାର କରିଛନ୍ତି।
Popular Categories



