www.samajalive.in
Friday, December 5, 2025
20.1 C
Bhubaneswar

ନ୍ୟାୟ ପ୍ରତିମୂର୍ତ୍ତି ଆଖିରୁ ହଟିଲା କଳା ପଟି

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ବ୍ୟବଧାନ ପରେ ଭାରତରେ ନ୍ୟାୟର ଦେବୀ ଭାବେ ବିବେଚିତ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରଚଳିତ ପ୍ରତିମୂର୍ତ୍ତିର ଆଖିରେ କଳା ରଙ୍ଗର ପଟି ବନ୍ଧା ଯାଇଥିବାବେଳେ ନୂଆରେ ଆଖି ଖୋଲା ରହିଛି। ଆଇନ ଦୃଷ୍ଟିହୀନ ନୁହଁ ଉକ୍ତିକୁ ପ୍ରତିପାଦିତ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତ, ଶକ୍ତିଶାଳୀ ଦୁର୍ବଳ ଭେଦଭାବ ଦୂର କରିବାକୁ ନ୍ୟାୟ ପ୍ରତିମୂର୍ତ୍ତି ଆଖିକୁ କଳା ପଟିରେ ବନ୍ଧା ଯାଉଥିଲା। ପ୍ରତିମୂର୍ତ୍ତିଙ୍କ ବାମହାତରେ ଥିବା ଖଣ୍ଡାକୁ ମଧ୍ୟ ହଟାଇ ଦିଆଯାଇଛି। ଏହା ବଦଳରେ ସମ୍ବିଧାନ ପୁସ୍ତିକାକୁ ସ୍ଥାନିତ କରାଯାଇଛି। ଏହା ଦ୍ବାରା ଉପନିବେଶବାଦ ସମୟର ପ୍ରଥାକୁ ଉଚ୍ଛେଦ କରାଯାଇଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ କହିଛନ୍ତି। ତେବେ ନ୍ୟାୟ ପ୍ରତିମୂର୍ତ୍ତିର ଡାହାଣ ହାତରେ ଧର୍ମ ନିକିତି ପୂର୍ବଭଳି ସ୍ଥାନ ପାଇଥିବା ଲକ୍ଷ୍ୟ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories