www.samajalive.in
Friday, December 5, 2025
26.1 C
Bhubaneswar

ଭିଆଇପିଙ୍କ ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ: ଆସନ୍ତା ଦୁଇ ମାସ ମଧ୍ୟରେ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଘଟିବାକୁ ଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ ଭିଆଇପିଙ୍କ ସୁରକ୍ଷା ଦାୟିତ୍ବରୁ ଏଣିକି ଏନ୍‌ଏସ୍‌ଜି (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) କମାଣ୍ଡୋଙ୍କୁ ହଟାଇ ଦିଆଯିବ। ସେମାନଙ୍କ ସ୍ଥାନରେ ସିଆରପିଏଫ୍‌ କମାଣ୍ଡୋଙ୍କୁ ଭିଆଇପିଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ କରାଯିବ ବୋଲି ଜଣାପଡିଛି। ଭିଆଇପିଙ୍କ ସୁରକ୍ଷା ପ୍ରସଙ୍ଗ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରହିଛି। ବର୍ତ୍ତମାନ ଦେଶରେ ୯ ଜଣ ଭିଆଇପିଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଦିଆଯାଉଛି। ଏଭଳି ଭିଆଇପିଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପିର ବରି​‌ଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡୱାଣୀ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ, ଜାମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଗୁଲାମ ନବୀ ଆଜାଦଙ୍କ ସମେତ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସାମିଲ ଅଛନ୍ତି। ଯଦି ଏମାନଙ୍କ ସୁରକ୍ଷା ଦାୟିତ୍ବ ସିଆରପିଏଫ୍‌ ଉପରେ ନ୍ୟସ୍ତ କରାଯାଏ, ତେବେ ଏନ୍‌ଏସ୍‌ଜିର ୪୫୦ ବ୍ଲାକ୍‌କ୍ୟାଟ୍‌ କମାଣ୍ଡୋଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବ। ଅପରପକ୍ଷରେ ଜେଡ୍‌ କିମ୍ବା ତଳସ୍ତରର ସୁରକ୍ଷା ସୁବିଧା ପାଉଥିବା ଭିଆଇପିଙ୍କୁ ଏଣିକି ସିଆଇଏସଏଫ୍‌ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) କମାଣ୍ଡୋ ସୁରକ୍ଷା ଯୋଗାଇବେ ବୋଲି ଅନୁମାନ କରାଯାଉଛି। ବର୍ଷୀୟାନ ବିଜେପି ନେତା ମୁରଲୀ ମନୋହର ଜୋଷୀ, ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତିଙ୍କୁ ଆଇଟିବିପି କମାଣ୍ଡୋ ସୁରକ୍ଷା ଯୋଗାଉଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories